ସିଲ୍ ଟାମ୍ପରିଂ ଅଭିଯୋଗରେ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିଲେ ଲୋକେ

ବାସୁଦେବପୁର, ୨୨।୦୨: ସିଲ୍ ଟାମ୍ପରିଂ ଅଭିଯୋଗରେ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ସହିତ ଅଟକ ରଖିଲେ ଲୋକେ । ବ୍ଲକର କୁମାରପୁର ପଂଚାୟତର ୧୦ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ସିଲ ଟାମ୍ପରିଂ କରିଥିବା ଲୋକେ ଅଭିଯୋଗ ଆଣିଛନ୍ତି । ବୁଥରେ ଭୋଟ ଗ୍ରହଣ ପରେ ସିଲ୍ କରାଯାଇ ଷ୍ଟ୍ରଙ୍ଗ ରୁମକୁ ଆସୁଥିଲା ।ହେଲେ ହାଇସ୍କୁଲରେ ସିଲ୍ ଖୋଲାଯାଇଥିବାର କିଛି ଲୋକ ଦେଖିଥିଲେ ।

ଫଳରେ ସିଲ୍ ଟାମ୍ପରିଂ କରିଥିବା ଅଭିଯୋଗ ଆଣି ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ସହ ଦୀର୍ଘ ସମୟ ଅଟକ ରଖିଥିଲେ ଲୋକେ। ପରେ ପୋଲିସ ତାଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା । ସେହିପରି ବ୍ରାହ୍ମଣଗାଁର ୯ ନମ୍ବର ବୁଥ ଓ ଜଗନାଥପୁର ପଂଚାୟତର ୧୦ନମ୍ବର ବୁଥରେ ସିଲ୍ ଟାମ୍ପରିଙ୍ଗ କରାଯାଇଥିବା ପ୍ରଶାସନ ପାଖରେ  ଅଭିଯୋଗ ଆଣିଛନ୍ତି ଲୋକେ ।

Spread the love