କୃଷି ଋଣଛାଡ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ମତ

 କୃଷି ଋଣଛାଡ  ବିରୋଧରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମତ ଜାତୀୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ।  ନିକଟରେ କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କୃଷି ଋଣ ଛାଡ଼  କରିବା ପରେ ଦେଶୀୟ ରାଜନିତୀରେ ହଟଚମଚ ସୃଷ୍ଟି ହୋଇଥିଲା ।  ହେଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଋଣ ଛାଡ଼ ବିପକ୍ଷରେ ମତ ଦେଇଛନ୍ତି।ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କୃଷ ଋଣ ଛାଡ଼ ଦ୍ୱାରା ଚାଷୀଙ୍କ ସମସ୍ୟାର ସମାଧାନ ହେବନାହିଁ ବୋଲି ସେ କହିଛନ୍ତି। ଏଥିସହ କୃଷି ଋଣ ଛାଡ଼ କେବଳ ଏକ ରାଜନୀତିକ ଷ୍ଟଣ୍ଟ ବୋଲି ମଧ୍ୟ ମୋଦି ମତ ଦେଇଛନ୍ତି।

 ମୋଦି କହିଛନ୍ତି, “ କୃଷି ଋଣ ଛାଡ଼ କଲେ ପ୍ରକୃତ ଚାଷୀ ଲାଭବାନ ହୁଏନାହିଁ। କୃଷି ଋଣ ଛାଡ଼ ଚାଷୀଙ୍କ ସମସ୍ୟାର ସମାଧାନ କରିପାରିବ ନାହିଁ। କାରଣ ଅଧିକାଂଶ ଚାଷୀ ବ୍ୟାଙ୍କରୁ ନୁହେଁ ବରଂ ସାହୁକାରଙ୍କଠାରୁ ଋଣ ନିଅନ୍ତି। କୃଷି ଋଣ ଛାଡ଼ ଘୋଷଣା କରି କେବଳ ଚାଷୀଙ୍କୁ ଲଲିପପ୍‌ ଦିଆଯାଉଛି। ମିଥ୍ୟା ପ୍ରଚାର କରାଯାଉଛି। କୁହାଯାଉଛି ସବୁ କୃଷି ଋଣ ଛାଡ଼ ହୋଇଗଲା।

Das war masterarbeit ghostwriter kosten politik hart am rande eines krieges.

Spread the love