ପୀଡ଼ିତ ବ୍ୟକ୍ତି ଓ କରୋନା ଯୋଦ୍ଧାମାନଙ୍କୁ ବୁଦ୍ଧ ପୂର୍ଣ୍ଣିମାରେ ସମ୍ମାନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୭/୦୫: ବୁଦ୍ଧ ପୁର୍ଣ୍ଣିମା  ଅବସରରେ ଭର୍ଚ୍ୟୁଆଲ କାର୍ଯ୍ୟକ୍ରମର ଆୟୋଜନ  ହୋଇଛି ।   ଯେଉଁଥିରେ ଦୁନିଆର ବହୁ ବଡ ବଡ  ନେତା ସାମିଲ ହୋଇଛନ୍ତି ।  ଏହି ମଧ୍ୟରେ  ପ୍ରଧାନମନ୍ତ୍ରୀ ମୋଦି  ଦେଶକୁ ମମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ବୁଦ୍ଧ ପୂର୍ଣ୍ଣିମା ପ୍ରାର୍ଥନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।  କୋଭିଡ୍-୧୯ରେ ପୀଡ଼ିତ ବ୍ୟକ୍ତି ଓ ଅଗ୍ରଣୀ ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ଅଭିଭାଷଣ ରଖିଛନ୍ତି ମୋଦି

‘ଇଣ୍ଟର୍‌ନ୍ୟାସ୍‌ନାଲ୍ ବୁଦ୍ଧିଷ୍ଟ୍ କନ୍‌ଫେଡେରେସନ୍’ଙ୍କ (ଆଇବିସି) ମିଳିତ ସହଯୋଗରେ କେନ୍ଦ୍ର ସାଂସ୍କୃତିକ ମନ୍ତ୍ରାଳୟ ଏହି ଭିଡିଓ ପ୍ରାର୍ଥନା ସଭା ଆୟୋଜନ କରାଯାଇଛି। ଏଥିରେ ବିଶ୍ବର ବହୁ ବୌଦ୍ଧ ସଂଘର ସର୍ବୋଚ୍ଚ ମୁଖ୍ୟମାନେ ଅଂଶ ଗ୍ରହଣ କରିଛନ୍ତି।

 ମୋଦି  ସମ୍ବୋଧନରେ କହିଛନ୍ତି ଏହିଥର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଏବେ ସାରା ବିଶ୍ୱ ସଙ୍କଟ ଦେଇ ଗତିକରୁଛି । ଏହି କାର୍ଯ୍ୟକ୍ରମକୁ ଆସିବା ମୋର ସୌଭାଗ୍ୟ କିନ୍ତୁ ସୃଷ୍ଟି ହୋଇଥିବା ପରିସ୍ଥିତି ଏହା ଅନୁମତି ଦେଉନାହିଁ ବୋଲି ମୋଦି କହିଛନ୍ତି । ମୋଦି ଆହୁରି ମଧ୍ୟ  କହିଛନ୍ତି ବୁଦ୍ଧଙ୍କ ପାଦାଙ୍କନ ଅନୁସରଣ କରି  ଆଜି ଭାରତ  ବିଶ୍ୱର  ସହାୟତା କରୁଛି ।

ଏଥିରେ ଦେଶର ହେଉ ବା ବିଦେଶରେ ଲାଭ କ୍ଷତି ଦେଖାଯାଉ ନାହିଁ ।  ଏ ମହାମାରୀ କୋରୋନା ପରିସ୍ଥିତିରୁ ମୁକୁଳିବା ପାଇଁ ପ୍ରୟାସ ଜାରୀ ରହିଛି ବୋଲି ମୋଦି କହିଛନ୍ତି ।

Spread the love