ପରିବହନ କମିଶନରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ବିଫଳ

ଭୁବନେଶ୍ବର: ଅଲ୍ ଓଡ଼ିଶା ବସ ମାଲିକ ସଂଘ ଆନ୍ଦୋଳନ ପ୍ରସଙ୍ଗରେ ଆଜି ପରିବହନ କମିଶନରଙ୍କ ସହ  ଘରୋଇ ବସ ସଂଘର ଆଲୋଚନା ହୋଇଛି। ହେଲେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୨ ତାରିଖରେ ମାଲକାନଗିରି ଓ ୧୦ ତାରିଖରେ ବସ୍ ଚଳାଚଳ ବନ୍ଦ ଏବେ ବି ବଳବତ୍ତର ରହିଛି ବୋଲି କହିଛି ସଂଘ।  ଏହି ଆଲୋଚନା ବିଫଳ ହୋଇଥିବା ଜଣାଯାଇଛି। ଅନ୍ୟପଟେ ଲକ୍ଷ୍ମୀ ଯୋଜନାରେ ବହୁ ଲୋକଙ୍କ ଗମନାଗମନ ସୁଗମ ହେବ ବୋଲି କହିଛନ୍ତି ପରିବହନ କମିଶନର ଅମିତାଭ ଠାକୁର। ଅନ୍ୟପଟେ କୌଣସି ଡ୍ରାଇଭର ବା ବସ ମାଲିକଙ୍କ କୌଣସି ଅସୁବିଧା ହେବନି ବୋଲି ମଧ୍ୟ ସେ କହିଛନ୍ତି। ସେହିଭଳି ଆଗକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି। ଏନେଇ ଜୟପୁର ଘରୋଇ ବସ୍ ମାଲିକ ସଂଘର ସଂପାଦକ ନରେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି।

Spread the love