ଜୋନାସ ସରନେମ୍ ହଟାଇବା ପରେ ଏବେ ନିକଙ୍କ ପତ୍ନୀ କହିବାରୁ ରାଗିଗଲେ ପ୍ରିୟଙ୍କା

ନୂଆଦିଲ୍ଲୀ ୧୭/୧୨ : ପ୍ରିୟଙ୍କା ଚୋପ୍ରା ପ୍ରତିଦିନ ତାଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରିୟଙ୍କା ଯେତେବେଳେ ତାଙ୍କ ନାମରୁ ସରନେମ୍ ହଟାଇଦେଇଥିଲେ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ବର୍ତ୍ତମାନ ତାଙ୍କୁ ନିକ ଜୋନାସଙ୍କ ପତ୍ନୀ ବୋଲି କହିବା ମଧ୍ୟ ପସନ୍ଦ ସେ କରୁ ନାହାଁନ୍ତି।

ସୋସିଆଲ ମିଡିଆରୁ ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସରନେମକୁ ହଟାଇ ଦେଇଥିବା ପ୍ରିୟଙ୍କା ଚୋପ୍ରାଙ୍କୁ ‘ନିକ ଜୋନାସଙ୍କ ପତ୍ନୀ’ କୁହାଯାଉଥିବାରୁ ସେ ରାଗିଯାଇଛନ୍ତି। ସେ ଇନଷ୍ଟାଗ୍ରାମରେ କିଛି ନ୍ୟୁଜ ସ୍କ୍ରିନସଟ ସେୟାର କରିଛନ୍ତି ଯେଉଁଥିରେ ତାଙ୍କୁ ‘ନିକ ଜୋନାସଙ୍କ ପତ୍ନୀ’ ବୋଲି ସମ୍ବୋଧିତ କରାଯାଇଛି। ଅଭିନେତ୍ରୀ କିଛି ସମ୍ବାଦ କାହାଣୀର ସ୍କ୍ରିନସଟ ସେୟାର କରି କହିଛନ୍ତି, ତାଙ୍କ ବାୟୋ ସହିତ IDMB ଲିଙ୍କ ଯୋଡିବା ଉଚିତ କି। ମହିଳାଙ୍କ ସହ ଏପରି ବ୍ୟବହାର କିପରି ହୋଇପାରେ ।

Spread the love