ପ୍ରତିଶ୍ରୁତି ଦେଇ ଭାଙ୍ଗନ୍ତୁ ନାହିଁ, ଶେଷ ପର୍ଯ୍ୟନ୍ତ ତାକୁ ପାଳନ କରନ୍ତୁ

ପ୍ରେମ ସପ୍ତାହ ଆରମ୍ଭ ହୋଇଛି। ଆଉ ଆଜି ପ୍ରେମ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍‌ ପ୍ରମିଜ ଡେ ବା ପ୍ରତିଜ୍ଞା ଦିବସ। ପ୍ରଥମ ଦିନ ରୋଜ ଡେ, ଦ୍ୱିତୀୟ ଦି ପ୍ରପୋଜ ଡେ ଆଉ ତୃତୀୟ ଦିନ ଚକୋଲେଟ୍‌ ଡେ’ ଓ ଟେଡି ବିୟର ଡେ’ ପର ଦିନ ପ୍ରମିଜ ଡେ ବା ଫେବୃଆରୀ ମାସ ୧୧ ତାରିଖରେ ସବୁ ପ୍ରେମିକ ପ୍ରେମିକା ପରସ୍ପରକୁ ସାରା ଜୀବନ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇ ପ୍ରମିଜ୍‌ ଡେ ଭାବେ ପାଳନ କରାଯାଏ।
ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ୱାସ ନେଇ ଆଗକୁ ବଢ଼ିବାର ବଜ୍ର ଶପଥ ନେଇଥାନ୍ତି। ଏହା ଦ୍ୱାରା ପ୍ରେମ ସମ୍ପର୍କ ଆହୁରି ମଜଭୁତ ହୁଏ। ଏକ ସୁନ୍ଦର ଓ ମଜଭୁତ ସମ୍ପର୍କର ଆଧାର ହେଉଛି ପ୍ରତିଶ୍ରୁତି। ଏଣୁ ପ୍ରମିଜ୍‌ ଡେ ଅବସରରେ ସବୁ ପ୍ରେମୀଯୁଗଳ ପରସ୍ପରକୁ ସବୁ ସୁଖ, ଦୁଃଖ, ହସକାନ୍ଦ, ଭଲମନ୍ଦରେ ଏକାଠି ରହିବା ପାଇଁ ହାତରେ ହାତ ଛନ୍ଦି ପ୍ରତିଶ୍ରୁତି ଦେଇଥାନ୍ତି। ପ୍ରେମରେ ପ୍ରତିଶ୍ରୁତି ଦେଇ ଏହାକୁ ସବୁଦିନ ପାଇଁ ପରସ୍ପର ପାଳନ କରିବାକୁ ନିଷ୍ପତ୍ତି ନିଅନ୍ତି। କେବେ ବି ନିଜ ଜୀବନ ସାଥିର ହାତ ନଛାଡିବା ପାଇଁ ପ୍ରତିଜ୍ଞା କରନ୍ତି ପ୍ରେମୀ ଯୁଗଳ.
ପ୍ରତିଜ୍ଞାକୁ କେହି କେବେ ଭାଙ୍ଗିବାକୁ ଦେଇନଥାନ୍ତି। ଯେତେବେଳେ କେହି କାହାକୁ କିଛି ପ୍ରତିଶ୍ରୁତି ଦେଇଥାନ୍ତି ଶେଷ ପର୍ଯ୍ୟନ୍ତ ସେ ତାହାକୁ ପାଳନ କରିଥାନ୍ତି। ଆପଣ କିଛି ଭୁଲ କରିବାକୁ ଯାଉଥିଲେ ଏହି ପ୍ରତିଶ୍ରୁତି ହିଁ ପୁଣିଥରେ ଆପଣଙ୍କୁ ମନେ ପକାଇ ଦିଏ ଯେ କାହାକୁ କିଛି ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରତିଶ୍ରୁତି କେବଳ ଗୋଟିଏ ଶବ୍ଦ ହୋଇଥିଲେ ମଧ୍ୟ ଏହା ସହ ଅନେକ ଜିନିଷ ଆସିଥାଏ। ପରସ୍ପର ପ୍ରତି ବିଶ୍ୱାସ, ନିଷ୍ଠା, ଲୟାଲଟି ଆଦିକୁ ପ୍ରତିଜ୍ଞା ଭାବେ ପ୍ରମିଜ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଭେଟି ଦେଇଥାନ୍ତି। ଜୀବନରେ କେବେ ବି କେହି କାହା ବିଶ୍ୱାସ ଭାଙ୍ଗିବେ ନାହିଁ ବୋଲି ଏହି ଦିନ ପରସ୍ପରକୁ ପ୍ରତିଶ୍ରୁତି ଦେଇଥାନ୍ତି। ପ୍ରେମରେ ଏହି ପ୍ରତିଶ୍ରୁତି ଟିକକ ହିଁ ବାସ୍ତବକିତା। ଏଇ ଟିକକ କଥାରେ ମଜବୁତ ହୋଇଥାଏ ଭଲ ପାଇବା। ମିଳିଯାଏ ବଞ୍ଚିବାର ଆନନ୍ଦପୂର୍ଣ୍ଣ ରାସ୍ତାଟିଏ।

Spread the love