ଏଥର ସେନାରେ ଆର୍ଟିଲେରି ରେଜିମେଣ୍ଟ ସମ୍ଭାଳିବେ ମହିଳା

ଫାଇଟର ଜେଟ୍ ସହ ଆକାଶରେ ଉଡୁଥିବା ଫ୍ରଣ୍ଟଲାଇନ୍ ଯୁଦ୍ଧପୋତରେ ସେବା  ସେବା ପରେ ଏବେ ଘାତକ ମାରଣାସ୍ତ୍ର ବା ଆର୍ଟିଲାରୀ ରେଜିମେଣ୍ଟର ଦାୟିତ୍ୱ ନେବେ ମହିଳା । ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ସେନା ମୁଖ୍ୟ ମନୋଜ ପାଣ୍ଡେ । ମନୋଜ ପାଣ୍ଡେ ସୂଚନା ଦେଇଛନ୍ତି ଯେ, ସେନାର ଆର୍ଟିଲାରୀରେ ମହିଳା ଅଫିସରଙ୍କୁ କମିଶନ ଦେବାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି । ଖୁବଶୀଘ୍ର ଏହାକୁ ସ୍ୱୀକୃତି ମିଳିଯିବ ବୋଲି ମନୋଜ ପାଣ୍ଡେ କହିଛନ୍ତି । ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପରେ ଆର୍ଟିଲାରୀ ରେଜିମେଣ୍ଟରେ ସାମିଲ କରାଯିବାର ଯୋଜନା ମହିଳା ସଶକ୍ତିକରଣ ବାଟରେ ଏକ ବଡ ପଦକ୍ଷେପ ବୋଲି ସେ କହିଛନ୍ତି । ସୂଚନା ମୁତାବକ, ସେନାରେ ୨୮୦ରୁ ଅଧିକ ଆର୍ଟିଲାରୀ ରେଜିମେଣ୍ଟ ରହିଛି । ଏଥିରେ ୧୦୫ ମିମି ଫିଲ୍ଡ ଗନ୍, ବୋଫର୍ସ ହାଜିତ୍ୱର ଓ ଅପଗନ୍ ‘ଧନୁଷ ଓ ସାରଙ୍ଗ ଗନ୍ ଠାରୁ ଆରମ୍ଭ କରି ଏମ-୭୭୭ ଅଲ୍ଟ୍ରା ଲାଇଟ୍ ଓ ଅନେକ ଘାତକ ରକେଟ୍ ରହିଛି ।

Spread the love