ଫିଜିକାଲ ଏଜୁକେସନ ପାଇଁ ଶିକ୍ଷକ ନିିଯୁକ୍ତିରେ ବିଳମ୍ୱ, ଚୟନ ପ୍ରକ୍ରିୟାକୁ ନେଇ ଆମରଣ ଅନଶନରେ ବସିଲେ କ୍ରୀଡ଼ାବିତ୍

ଭଦ୍ରକ, ୦୪/୦୪: ବକେୟା ପଦବୀରେ ନିଯୁକ୍ତି ଦିଅ । ବିଳମ୍ବିତ ନିଯୁକ୍ତିକୁ ବିରୋଧ କରି ଧାରଣାରେ ବସିଛନ୍ତି କ୍ରୀଡ଼ାବିତ୍ । ସୂଚନାଯୋଗ୍ୟ ଯେ ସର୍ବଶିକ୍ଷା ଅଭିଯାନ ଭଦ୍ରକ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଫିଜିକାଲ ଏଜୁକେସନ ପାଇଁ ଜାତୀୟ ସ୍ତରୀୟ ଖେଳାଳିଙ୍କୁ ଚୟନ କରାଯିବା କଥା, କିନ୍ତୁ ଜାତୀୟ ସ୍ତରୀୟ ଖେଳାଳିଙ୍କ ସଂଖ୍ୟା କମ ଥିବାରୁ କ୍ରୀଡା ବିଭାଗ ତରଫରୁ ଚିହ୍ନିତ କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦିଆଯିବା କଥା ।

କିନ୍ତୁ ଏହି ନିର୍ଦ୍ଦେଶନାମା ପରେ ମଧ୍ୟ ନିଯୁକ୍ତି ଦିଆଯାଉ ନଥିବା ଓ ଏହି ପ୍ରକ୍ରିୟା ବିଳମ୍ବିତ ହେଉଥିବା ଅଭିଯୋଗ ଆଣି ଯୋଗ୍ୟ କ୍ରୀଡ଼ାବିତମାନେ ଭଦ୍ରକ ଜିଲ୍ଲା ପ୍ରକଳ୍ପ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ତେବେ ଦାବି ପୂରଣ ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି ରହିବ ବୋଲି ସେମାନେ କହିଛନ୍ତି ।

Spread the love