ବିଜେପି ପକ୍ଷରୁ ରାଜ୍ୟରେ କୌଣସି ଦଳୀୟ କାର୍ଯ୍ୟ ହେବନି- ସମୀର ମହାନ୍ତି

ଭୁବନେଶ୍ୱର,ତା. ୧୮/୦୩ : କରୋନାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ସଂସଦୀୟ ଦଳ ବୈଠକରେ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ସାଂସଦମାନଙ୍କୁ ନିଜ ନିଜ କ୍ଷେତ୍ରରେ ଜନ ଆନ୍ଦୋଳନ  ନକରିବା ପାଇଁ କହିବା ସହ କରୋନା ସଚେତନତା ନିର୍ଦ୍ଦେଶନାମାକୁ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟାନ୍ୱୟନର ତଦାରଖ କରିବା ପାଇଁ  ଆହ୍ୱାନ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସାରା  ଭାରତରେ ବିଜେପି ପକ୍ଷରୁ କୌଣସି ପ୍ରକାରର ଜନ ଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯିବ ନାହିଁ । ସେହିପରି  ଓଡିଶାରେ ସାମୂହିକ ଭାବେ ବିଜେପି ପକ୍ଷରୁ କୌଣସି ପ୍ରକାରର ଜନ ଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ କରାଯିବ ନାହିଁ । ଏହି ନିଷ୍ପତିକୁ ସମସ୍ତ ଜିଲ୍ଲା, ବ୍ଲକ ଏବଂ ମଣ୍ଡଳ ସ୍ତରରେ ଲାଗୁ କରାଯିବ । ଦଳର ସମସ୍ତ କାର୍ଯ୍ୟକର୍ତା ଏହି ନିଷ୍ପତିକୁ ଗ୍ରହଣ କରିବା ସହ କରୋନା ସଚେତନତା ବାର୍ତା ଲୋକଙ୍କ ପାଖରେ ପହଂଚାଇବାର କାର୍ଯ୍ୟ କରିବେ । ଆମେ ସମସ୍ତେ ସର୍ତକ ରହି ସ୍ୱଚ୍ଛତାକୁ ଅବଲମ୍ବନ କରି କରୋନାକୁ ଦୂର କରିବାର ସଂକଳ୍ପ ନେବା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି  କହଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, କରୋନା ଭାଇରସ୍ ( କୋଭିଡ୍‌-୧୯ ) ବା କରୋନା ଭୂତାଣୁ ଚୀନ ଦେଶରୁ ଆରମ୍ଭ ହୋଇ
ଏବେ ସମଗ୍ର ବିଶ୍ୱରେ ବ୍ୟାପକ ହେବା ସହିତ ମହାମାରୀର ରୂପ ନେଇଛି । ଏହି ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସାରା
ବିଶ୍ୱର ସମସ୍ତ ଦେଶ ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି । କେନ୍ଦ୍ର ସରକାର ଏ ଦିଗରେ ସଚେତନ ଥିବା କଥା ମାନନୀୟ ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦିଜୀ ପ୍ରକାଶ କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରମାନେ ସକ୍ରିୟ ପଦକ୍ଷେପ  ନେଇ ଏ ଦିଗରେ କାର୍ଯ୍ୟକରୁଛନ୍ତି । ଦେଶର ଅଧିକାଂଶ ରାଜ୍ୟ ଏହି ମହାମାରୀର ସଂକ୍ରମଣକୁ ରୋକିବା ଲାଗି ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସିନେମା ହଲ, ମଲ, ସୁଇମିଂପୁଲ, ଜିମ୍ ପ୍ରଭୃତି ସାର୍ବଜନୀନ ସ୍ଥାନ ଗୁଡିକୁ କିଛିଦିନ ପାଇଁ ବନ୍ଦ  କରିଦେଇଛନ୍ତି । ଭାରତ ସରକାର ବିଦେଶରୁ ଆସୁଥିବା ସମସ୍ତ ନାଗରିକମାନଙ୍କର ବିମାନ ଘାଟୀରେ ସ୍କ୍ରିନିଂ କରାଯାଉଛି ।

ଆବଶ୍ୟକତା ଅନୁସାରେ ସମସ୍ତଙ୍କୁ ମାସ୍କ, ସାନିଟାଇଜର୍ସ ଓ ଅନ୍ୟାନ୍ୟ ଆବଶ୍ୟକ ବସ୍ତୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହି କରେନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସବୁ କାର୍ଯ୍ୟକର୍ତା ମାନେ ବୁଥସ୍ତର ପର୍ଯ୍ୟନ୍ତ ଜନଜାଗରଣ ଅଭିଯାନ କରିବେ । ଲିଫ୍‌ଲେଟ୍ ଏବଂ ବ୍ୟାନର ମାଧ୍ୟମରେ କରୋନା ସଂପର୍କରେ ଅବଗତ କରାଇବେ । ପ୍ରଦେଶ, ଜିଲ୍ଲା ଏବଂ ମଣ୍ଡଳସ୍ତର  ପର୍ଯ୍ୟନ୍ତ ପଦାଧିକାରୀମାନେ, ଟିମ୍ ଗଢି କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବେ ଓ ଜନଜାଗରଣ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ରୂପେ ସଫଳ  କରିବା ପାଇଁ ଚେଷ୍ଟା କରିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।  କରୋନା ସଂପର୍କିତ କୌଣସି ପ୍ରକାର ଅପପ୍ରଚାର ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ ଓ ଏଭଳି ଅପପ୍ରଚାରକାରୀଙ୍କ ପ୍ରତି ସତର୍କ  ରୁହନ୍ତୁ । କେନ୍ଦ୍ର ସରକାର ସହାୟତା ପାଇଁ ଯୋଗାଯୋଗ ନିମନ୍ତ ଏକ ହେଲପ୍ ଲାଇନ୍ ନମ୍ବର (୦୧୧-୨୩୯୭୮୦୪୬) ଜାରି  କରିଛନ୍ତି । ସେହିଭଳି ଇ-ମେଲ ଦ୍ଭମକ୍ଟଙ୍ଖ୨୦୧୯ ଅ ଶଜ୍ଞବସକ୍ଷ.ମକ୍ଟଜ୍ଞ ମାଧ୍ୟମରେ ମଧ୍ୟ ସୂଚନା ଦେଇପାରିବେ । ଏସବୁ ସୂଚନା  ସବୁ ଲୋକଙ୍କ ପାଖରେ ପହଂଚାଇବାକୁ କାର୍ଯ୍ୟକର୍ତାମାନେ କାର୍ଯ୍ୟ କରିବେ । ପାର୍ଟିର ସମସ୍ତ ୟୁନିଟ୍ କରୋନା ଭୂତାଣୁର ସଂକ୍ରମଣକୁ  ରୋକିବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିବେ । କାର୍ଯ୍ୟକର୍ତାମାନେ ନିଜ ନିଜ ଭିତରେ ସଚେତନତା ବୃଦ୍ଧି କରିବା ସହିତ ସାଧାରଣ  ଜନତାଙ୍କୁ ମଧ୍ୟ ସଚେତନ କରିବା ପାଇଁ ସହଯୋଗ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love