ଇମ୍ରାନ୍ ଖାନଙ୍କ ଗିରଫ ପରେ ଜଳୁଛି ପାକିସ୍ତାନ

ଇମ୍ରାନ ଖାନଙ୍କ ଗିରଫ ପରେ ଜଳୁଛି ପାକିସ୍ତାନ । ପାକିସ୍ତାନରେ ସୃଷ୍ଟି ହୋଇଛି ବିସ୍ଫୋରକ ସ୍ଥିତି । ଦେଶବ୍ୟାପୀ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଛି । ପାକିସ୍ତାନରେ ଲାଗୁ ହୋଇଛି ୧୪୪ ଧାରା । ଇସଲାମାବାଦରେ ହିଂସା ଘଟାଇଛନ୍ତି ଇମ୍ରାନଙ୍କ ସମର୍ଥକ । ବିଭିନ୍ନ ସ୍ଥାନରେ ଇମ୍ରାନ ସମର୍ଥକଙ୍କ ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି । ରେଡିଓ ପାକିସ୍ତାନରେ ନିଆଁ ଲଗାଇ ଦେଇଛନ୍ତି ।

ରାୱଲପିଣ୍ଡିରେ ସେନା ମୁଖ୍ୟ କାର୍ଯ୍ୟାଳୟକୁ ଧସେଇ ପଶି ଇମ୍ରାନ ସମର୍ଥକ ହଙ୍ଗାମା କରିଛନ୍ତି । ଭିଡକୁ ନିୟନ୍ତ୍ରିତ କରିବାକୁ ସେନା ଗୁଳିମାଡ଼ କରିଥିବା ଜଣାପଡ଼ିଛି । ପାକିସ୍ତାନର ବିଭିନ୍ନ ଅଞ୍ଚଳକୁ ହିଂସା ବ୍ୟାପିବାରେ ଲାଗିଛି । ଲାହୋର କ୍ୟାଣ୍ଟରରେ ଜଣେ ସୈନ୍ୟ ଅଧିକାରୀଙ୍କ ଘରେ ପଶିଥିଲେ ଇମ୍ରାନଙ୍କ ସମର୍ଥକ । ପ୍ରଦର୍ଶନକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ପାକିସ୍ତାନରେ ସ୍କୁଲ ବନ୍ଦ ସହ ପରୀକ୍ଷାକୁ ରଦ୍ଦ ଘୋଷଣା କରାଯାଇଛି ।

Spread the love