ମୁକ୍ତିଲାଭ କରିବ ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲରଙ୍କ ଚଳଚ୍ଚିତ୍ର ‘ପୃଥ୍ବୀରାଜ’

ମୁମ୍ବାଇ: ମୁକ୍ତିଲାଭ କରିବାକୁ ଯାଉଛି ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’। କିଛି ଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏବେ ନିର୍ମାତା ଏହାର ଆଉ ଏକ ନୂଆ ଟ୍ରେଲର ଜାରି କରିଛନ୍ତି। ଏଥିରେ ପୃଥ୍ବୀରାଜ ଭୂମିକାରେ ଅକ୍ଷୟ କୁମାରଙ୍କ ସହ ଅନ୍ୟ କଳାକାରମାନଙ୍କ ଝଲକ୍‌ ଅତି ନିକଟରୁ ଦେଖାଯାଇଛି। ସାମାଜିକ ଗଣମାଧ୍ୟମରେ ଟ୍ରେଲରକୁ ଖୁବ୍‌ ପ୍ରଶଂସା କରାଯାଉଛି।୧ ମିନିଟ୍‌ ୧୧ ସେକେଣ୍ଡର ଏହି ଟ୍ରେଲରରେ ଅକ୍ଷୟଙ୍କ ଦମ୍‌ଦାର ଲୁକ୍‌ ଦେଖିବାକୁ ମିଳିଛି। ଫିଲ୍ମରେ ପୃଥ୍ବୀରାଜଙ୍କ ଯୁଦ୍ଧ ଗାଥା ଦେଖିବାକୁ ମିଳିବ ଓ ଏହାର ଝଲକ୍‌ ଟ୍ରେଲରରେ ଦେଖିବାକୁ ମିଳିଛି। ଟ୍ରେଲର ଯୁଦ୍ଧରୁ ଆରମ୍ଭ ହୋଇଛି। ଏହାପରେ ଯୁଦ୍ଧର ରଣନୀତି ଓ ଏକ ଭୟଙ୍କର ଯୁଦ୍ଧର ଝଲକ୍ ନଜର ଆସିଛି। ଏଥିରେ ଅକ୍ଷୟ ଓ ମାନୁଷୀଙ୍କ ପ୍ରେମ କାହାଣୀ ମଧ୍ୟ ରହିଛି, ଯାହା ଟ୍ରେଲରକୁ ଆହୁରି ଆକର୍ଷଣୀୟ କରିଛି।

Spread the love