ରାହୁଲଙ୍କୁ ଇଡିର ପଚରାଉଚରାକୁ ବିରୋଧ : ଥାନାରେ କଂଗ୍ରେସ ନେତାଙ୍କ ପ୍ରଦର୍ଶନ, ଗାଇଲେ ‘ରଘୁପତି ରାଘବ ରାଜାରାମ

ନୂଆଦିଲ୍ଲୀ ୧୩/୦୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଛି । ତେବେ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ମିଳିଥିବା ଇଡିର ନୋଟିସ ବିରୋଧରେ କଂଗ୍ରେସର ବିରୋଧ ପ୍ରଦର୍ଶନ ଜାରି ରହିଛି । ଦେଶବ୍ୟାପୀ କଂଗ୍ରେସ ନେତାମାନେ ସତ୍ୟାଗ୍ରହ କରୁଛନ୍ତି । ଏହି ଅବସରରେ ପୋଲିସ ଅନେକ ବଡ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖିଛି । ପରେ ପ୍ରିୟଙ୍କା ଗାନ୍ଧୀ ଅଟକ ଥିବା ନେତାଙ୍କୁ ଥାନାରେ ଭେଟିଛନ୍ତି ।

ସୂଚନାନୁସାରେ, ନ୍ୟାଶନାଲ ହେଲାର୍ଡ ମାମଲାରେ ଇଡି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରାଯାଉଛି । ସକାଳ ପ୍ରାୟ ୧୦ଟାରେ ରାହୁଲ ଇଡି ଅଫିସରେ ପହଁଚିଥିଲେ । ତାଙ୍କ ବୟାନକୁ ପିଏମଏଲଏ ଆକ୍ଟର ସେକ୍ସନ ୫୦ ଆଧାରରେ ରେକର୍ଡ କରାଯାଉଛି । କଂଗ୍ରେସ ଏହାକୁ ରାଜନୈତିକ ଷଡଯନ୍ତ୍ର କହି ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରଖିଛି । ଏହି ଅବସରରେ ଦିଲ୍ଲୀର ତୁଗଲକ ରୋଡ୍ ଥାନାରେ ଅନେକ ନେତାଙ୍କୁ ପୋଲିସ ଅଟକ ରଖିଛି । ତେବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ତୁଗଲୋକ ରୋଡ୍ ଥାନାରେ ବଡବଡ ନେତାଙ୍କୁ ଭେଟିଛନ୍ତି । ଏଠାରେ ସେ କେସି ବେଣୁଗୋପାଳ, ହରିଷ ରାଓ୍ୱତଙ୍କ ସହ ଆଲୋଚନା କରିଥିଲେ । ଅଧୀର ରଞ୍ଜନ ଚୌଧୁରୀ, ଶକ୍ତି ସିଂ, ଅନିଲ କୁମାର ଆଦି ନେତା ମଧ୍ୟ ଥାନାରେ ଅଟକ ଅଛନ୍ତି । ଏହି ସମୟରେ ନେତାମାନେ ଥାନାରେ ପ୍ରଦର୍ଶନ କରିବା ସହ ମହାତ୍ମା ଗାନ୍ଧୀଙ୍କ ସବୁଠୁ ପସନ୍ଦର ଭଜନ ରଘୁପତି ରାଘବ ରାଜାରାମ ଗାଉଥିବା ନଜର ଆସିଛି । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

Spread the love