୬ ବର୍ଷର ପୁଅକୁ ଘୃଣା କରୁଛି ମା’

ନୂଆଦିଲ୍ଲୀ ୧୩।୧୨ : ପିଲାମାନଙ୍କ ଭଲ ଶିକ୍ଷା ପାଇଁ ବାପା ମାନଙ୍କର ଲାଳନ ପାଳନ ଅତ୍ୟନ୍ତ ଜରୁରୀ । ଏହି ସମସ୍ତଙ୍କ ଲାଳନ ପାଳନ କରିବାର କ୍ଷମତା ଅଲଗା ଅଲଗା ହୋଇଥାଏ । କିଛି ଶିଶୁ ଏଭଳି ଅଛନ୍ତି ଯେଉଁମାନେ ଶୀଘ୍ର କିଛି ବୁଝି ଯାଆନ୍ତି ତ ଆଉ କିଏ ଏହାକୁ ବିଳମ୍ବରେ ବୁଝି ଥାଆନ୍ତି। ଏଭଳି ପରିସ୍ଥିତିରେ ବାପା ମାଆ ସେମାନଙ୍କ ସହ ଧର୍ଯ୍ୟପୂର୍ଣ୍ଣ ଭାବେ ବ୍ୟବହାର କରିବା ଜରୁରୀ ଅଟେ । ଯଦି ଏହା ହୋଇ ନଥାଏ, ତେବେ ଉଭୟ ପିତାମାତା ଏବଂ ପିଲା ଅସୁବିଧାରେ ପଡିଥାନ୍ତି। କିନ୍ତୁ ଏପରି ଜଣେ ମା ଅଛନ୍ତି ଯିଏ ଦୁନିଆ ଆଗରେ ନିଜର ଯନ୍ତ୍ରଣା ବାଣ୍ଟିଛନ୍ତି । ଏହାକୁ ନେଇ କହିଛନ୍ତି ଯେ ପୁଅର ଖରାପ ଅଭ୍ୟାସ ହେତୁ ସେ ନିଜ ସନ୍ତାନକୁ ଘୃଣା କରିବାରେ ଲାଗିଛନ୍ତି ।

ତେବେ ଅନଲାଇନ୍ ସେୟାର୍ ସାଇଟରେ ତାଙ୍କ ସମସ୍ୟା ବିଷୟରେ ବର୍ଣ୍ଣନା କରି କହିଛନ୍ତି , ଯେ ସେ ତାଙ୍କ୬ ବର୍ଷର ପିଲା ପ୍ରତି ଘୃଣା କରୁଛନ୍ତି । ଏହାର କାରଣ ହେଉଛି ଯେ, ପୁଅର ଏପରି ଖରାପ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ଲୋକଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡୁଛି । ପିଲାଟି ତା’ର ବଢୁଥିବା ବୟସ ଅନୁଯାୟୀ ତାର ଆଚରଣ ସଠିକ୍‌ ଭାବେ ନଥିଲା। ଏହାର କାରଣ ହେଉଛି ଯେ ପିଲାଟି ୬ବର୍ଷ ବୟସରେ ମଧ୍ୟ ବାଥରୁମକୁ କିପରି ସଠିକ୍ ଭାବରେ ବ୍ୟବହାର କରିବେ ତାହା ଜାଣି ପାରୁ ନାହିଁ । ମାଆ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ପିଲାଟି ଅଢେଇ ବର୍ଷର ହୋଇଥିଲା, ସେତେବେଳେ ସେ ବାଥରୁମ୍‌ ବ୍ୟବହାର କରିବା ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲା। କିନ୍ତୁ ଯେତେବେଳେ ତାଙ୍କୁ ୩ ବର୍ଷ ବୟସ ହୋଇଥିଲା, ସେ ପୁଣି ଥରେ ନିଜ ପ୍ୟାଣ୍ଟରେ ଶୌଚ କରିବା ଆରମ୍ଭ କଲେ । ବର୍ତ୍ତମାନ ୬ବର୍ଷ ବୟସ ପରେ ମଧ୍ୟ ସେହିଭଳି କାମ କରୁଛନ୍ତି । ଏହି ସବୁ ଦେଖି ମାଆ ଦ୍ବନ୍ଦରେ ପଡିଛନ୍ତି । ଏଥିପାଇଁ ସେ ଡାକ୍ତରଙ୍କୁ କହି ଡାକ୍ତରଖାନାରେ ଦେଖାଇ ସମସ୍ତ ଥେରାପି, ଶାରୀରିକ ଚିକିତ୍ସା ଠାରୁ ଆରମ୍ଭ କରି ସବୁକିଛି କରିବାରେ ଚେଷ୍ଟା କରୁଛନ୍ତି । କିନ୍ତୁ ପିଲାଟି କାହିଁକି ଶୌଚାଳୟକୁ ଘୃଣା କରୁଛି ତାହା ଜଣା ପଡୁନାହିଁ । ଏଥି ପାଇ ତାଙ୍କ ପୁଅ ପ୍ରତି ବହୁତ ଘୃଣା ବଢି ଯାଇଛି ।

ପୁଅର ଏହି କାର୍ଯ୍ୟକୁ ଦେଖି ମା’ସବୁବେଳେ ଦେଖି ରାଗି ଯାଉଛନ୍ତି । ଏହି କାରଣରୁ ସେ କୌଣସି ପ୍ରକାରର ପାର୍ଟି କିମ୍ବା ବାହାରକୁ ଯାଇ ପାରୁ ନାହାନ୍ତି । କିମ୍ବା ପୁଅ ସହିତ କୌଣସି ସ୍ଥାନକୁ ଯାଇ ପାରୁ ନାହାନ୍ତି । କେବଳ ଏତିକି ନୁହେଁ, ଶିଶୁର ଏହି ଅଭ୍ୟାସ ଯୋଗୁଁ ଲୋକମାନେ ତାଙ୍କୁ ପରିହାସ କରୁଛନ୍ତି । ଅନେକ ଲୋକ ମା’ ଙ୍କ ର ଏହି ପୋଷ୍ଟ ପଢିବା ପରେ ସମବେଦନା ଜଣାଇବା ସହ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ପିଲାଙ୍କ ସହିତ ନିଜରର ଯତ୍ନ ନେବା ଆବଶ୍ୟକ ।

Spread the love