ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଝାରସୁଗୁଡ଼ାରେ ଜନ ଶୁଣାଣି ଶିବିର

ଝାରସୁଗୁଡ଼ା୧୪/୦୯: ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ କାର୍ବନ କମ୍ପ୍ଲେକ୍ସ। ବାର୍ଷିକ ୫ ଲକ୍ଷ ମେଟ୍ରିକ ଟନ ପିଚୁ ସହ ୪ଲକ୍ଷ ମେଟ୍ରିକ ଟନ କୋଲଟାର ଭାଲ୍ୟୁ ଏଡେଡ଼ ୟୁନିଟ, ବାର୍ଷିକ ୧ ଲକ୍ଷ ମେଟ୍ରିକ ଟାଣ କ୍ଷମତା ବିଶିଷ୍ଟ ସିନ୍ଥେଟଟିକ ଗ୍ରାଫାଇଟ ଏନୋଡ, ୨୫ ହଜାର ଟନ ପ୍ରାକୃତିକ ଗ୍ରାଫାଇଟ ଏନୋଡ ଉତ୍ପାଦନ କରିବ। ଏପସିଲନ କାର୍ବୋନ ଅଶୋକା ପ୍ରାଇଭେଟ ଲିମିଟେଡ଼ ନାମକ କମ୍ପାନୀ ୧୭୦ ଏକର ଜମିରେ ଝାରସୁଗୁଡା ଜିଲ୍ଲା ଶ୍ରୀପୁରା ଗାଁରେ ସ୍ଥାପନ ଏହି କାରଖାନା ସ୍ଥାପନ କରିବ।

ପ୍ରାୟ ୯୦୦ କୋଟି ଟଙ୍କା ନିବେଶରେ ହେବାକୁ ଥିବା ଏହି କାରଖାନାରେ ସ୍ଥାନୀୟ ନିଯୁକ୍ତି ସହ ପାରିପାର୍ଶ୍ବିକ ଉନ୍ନୟନକୁ ଗୁରୁତ୍ୱ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶୃତି ଦିଆଯାଇଛି। ଆଜି ଶ୍ରୀପୁରା ପଞ୍ଚାୟତ କାର୍ଯ୍ୟାଳୟ ପାଖରେ କାରଖାନା ସ୍ଥାପନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନଶୁଣାଣୀ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣୀରେ ସ୍ଥାନୀୟ ଲୋକମାନେ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରିଥିଲେ।ଏପସିଲନ କମ୍ପାନୀ ପକ୍ଷରୁ ଜନସାଧାରଣଙ୍କ ଦାବି ପୂରଣ କରିବାକୁ ପ୍ରତିଶୃତି ଦିଆଯାଇଛି।

Spread the love