ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରେ ପୁଦିନା ପତ୍ର

ପୁଦିନା ଓ ଅଦା ରସ ସହିତ ମହୁ ମିଶାଇ ଖାଇଲେ କାଶ ଭଲ ହୋଇଥାଏ।

ପୁଦିନା ପତ୍ରକୁ ଖାଲି କିମ୍ବା ଅଳ୍ପ ନଡିଆ ସହିତ ମିଶାଇ ଖାଇଲେ ହାକୁଟି ସମସ୍ୟା ଦୂର ହୋଇଥାଏ।

 ଟନସିଲ ସମସ୍ୟା ଥିଲେ ପୁଦିନା ରସକୁ ପାଣିରେ ମିଶାଇ ଗାର୍ଗଲିଂ କରନ୍ତୁ, ବେଶ ଆରାମ ମିଳିବ।

 ବାହାରେ ଅଧିକ ସମୟ ଖରାରେ ବୁଲିବା ଯୋଗୁ ଯଦି ପାଦ ତଳ ପୋଡାଜଳା ହେଉଥାଏ, ତେବେ ପୁଦିନାକୁ ବାଟି ଫ୍ରିଜ୍ରେ ରଖିବା ପରେ ବାହାର କରି ଲଗାନ୍ତୁ।

 ଦହି କିମ୍ବା ଆମ୍ବର କଅଁଳିଆ ପତ୍ର ସହିତ ପୁଦିନାକୁ ବାଟି ପିଇଲେ ପେଟ ବିନ୍ଧା ଭଲ ହୋଇଥାଏ।

Spread the love