ପୁଦିନା ଆଳୁ

ଆବଶ୍ଯକୀୟ ସାମଗ୍ରୀ: ଆଳୁ, ତେଲ, ସୋରିଷ, ଜିରା, ଲୁଣ, ଗୋଲମରିଚ ଗୁଣ୍ଡ, ଟମାଟୋ ସସ୍, ପୁଦିନା ପତ୍ର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଢେଇରେ ତେଲ ଗରମ କରି ଆଳୁକୁ ଭଲଭାବେ ଭାଜିଦିଅନ୍ତୁ। ତା’ ପରେ ପ୍ଯାନରେ ଦୁଇ ଚାମଚ ତେଲ ଗରମ କରିବା ପରେ ସୋରିଷ ପକାନ୍ତୁ। ତା’ ପରେ ଜିରା ପକାଇ ଭାଜନ୍ତୁ। ପୂର୍ବରୁ ଭାଜି ରଖିଥିବା ଆଳୁକୁ ପ୍ଯାନରେ ପକାଇ ଲୁଣ, ଗୋଲମରିଚ ଗୁଣ୍ଡ, ଟମାଟୋ ସସ୍ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ସେଥିରେ ପୁଦିନା ପତ୍ର ପକାଇ ଘୋଡାଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ କିଛି ସମୟ ରଖିବା ପରେ କାଢିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପୁଦିନା ଆଳୁ। ରୁଟି କିମ୍ବା ପରାଠା ସହିତ ଗରମ ଗରମ ଖାଆନ୍ତୁ।

Spread the love