ପୁରୀ ଝିଅ ଜାତିସଂଘର ହେଲେ ନୀତି ଅଧିକାରୀ

ଓଡ଼ିଆ ଝିଅ ବିଶ୍ୱ ଦରବାରରେ ଚମକିଛନ୍ତି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପର ହୋଇଛନ୍ତି ଓଡ଼ିଆ ଝିଅ ବୈଶାଳୀ ମହାନ୍ତି। ଜାତିସଂଘର ନୀତି ଅଧିକାରୀ ଭାବେ ଏବେ ନିଯୁକ୍ତ ହୋଇଛନ୍ତି। ଚଳିତ ମାସ ୧ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

୨୦୧୬ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ରେ ମାଷ୍ଟର ଡିଗ୍ରୀ ପରେ ବୈଶାଳୀ ୟୁନାଇଟେଡ୍ ନେସନର ଇଣ୍ଟରନ୍ୟାସନାଲ୍ ସିଭିଲ୍ ସର୍ଭିସେସରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ୟୁଏନ୍ ମିଶନରେ ଓଆଇଏମ୍ ଅଫିସର ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରିଥିଲେ। ପୁରୀରେ ଜନ୍ମ ଗ୍ରହଣ କରିଥିବା ବୈଶାଳୀ ପୁରୀରେ ସ୍କୁଲ ଶିକ୍ଷା ସାରିବା ପରେ ଭୁବନେଶ୍ୱର ଓ ପରେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜରେ ସ୍ନାତକ ଶିକ୍ଷା ଶେଷ କରିଥିଲେ।

Spread the love