ପାୱାର ଷ୍ଟାର ପୁନିତଙ୍କ ଆଖିରେ ଦୁନିଆ ଦେଖିଲେ ୪ ଜଣ

ବେଙ୍ଗାଲୁରୁ: ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ବିୟୋଗରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ହଠାତ୍‌ ମୃତ୍ୟୁ ସମସ୍ତଙ୍କୁ କରିଦେଇଛି ସ୍ତବ୍ଧ। ତାଙ୍କ ମୃତ୍ୟୁ ଖବରକୁ ଫ୍ୟାନ୍‌ମାନେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ସେ କେବଳ ଫିଲ୍ମ ଜଗତର ନାୟକ ନଥିଲେ ବରଂ ଅସହାୟଙ୍କ ପାଇଁ ସାହାରା ମଧ୍ୟ ଥିଲେ। ଏବେ ମୃତ୍ୟୁ ପରେ ମଧ୍ୟ ପୁନିତ ଅନେକ ଲୋକଙ୍କୁ ଖୁସି ବାଣ୍ଟି ଯାଇଛନ୍ତି। ସେ ଦାନ କରିଛନ୍ତି ତାଙ୍କ ଆଖି। ତାଙ୍କ ଆଖିରେ ଏବେ ୪ ଜଣଙ୍କ ଦୁନିଆ ପୁଣିଥରେ ଆଲୋକିତ ହୋଇଛି। ପାୱାରଷ୍ଟାରଙ୍କ ଆଖିରେ ଦୁନିଆ ଦେଖିବା ପାଇଁ ୪ଜଣ ଏବେ ସକ୍ଷମ ହୋଇଛନ୍ତି। ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଏବଂ ଜ୍ଞାନ କୌଶଳ  ଜରିଆରେ ଏହା ସମ୍ଭବ ହୋଇପାରିଛି। ଆଖି ଡାକ୍ତର ଭୁଜଙ୍ଗ ଶେଟ୍ଟୀ କହିଛନ୍ତ, ପୁନିତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ତାଙ୍କର ଆଖି ଦାନ କରିବାକୁ ନିଷ୍ପତ୍ତି କରିଥିଲେ। ଅଧିକାଂଶ ସମୟରେ ଜଣେ ବ୍ୟକ୍ତିଙ୍କ ଦୁଇଟି ଆଖି ଦୁଇ ଜଣଙ୍କ ଶରୀରରେ ଲାଗେ। କିନ୍ତୁ ପୁନୀତଙ୍କ କ୍ଷେତ୍ରର ତାଙ୍କର ଦୁଇ ଆଖିରେ ୩ ଜଣ ଯୁବକ ଏବଂ ଜଣେ ମହିଳାଙ୍କୁ ଦୃ​‌ଷ୍ଟି ଶକ୍ତି ଦେଇଛି ବୋଲି ସେ କହିଛନ୍ତି।

Spread the love