ଭଗଓ୍ୱନ୍ତ ସିଂହ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
ଅମ୍ରିତସର୧୬/୦୩ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍ । ଶପଥପାଠ କରାଇଥିଲେ ରାଜ୍ୟପାଳ ବନୱାରିଲାଲ ପୁରୋହିତ । ଏହାକୁ ମିଶାଇ ମାନ ହେବେ ପଞ୍ଜାବର ୧୭ତମ CM । କୁହାଯାଉଛି ଯେ କେବଳ ଭଗବନ୍ତ ମାନ ଆଜି ଶପଥ ନେବେ । ଅବଶିଷ୍ଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ହେବ। ହୋଶିଆରପୁର ଜିଲ୍ଲାର ସହିଦ-ଏ-ଆଜମ ଭଗଓ୍ୱନ୍ତ ସିଂହଙ୍କର ଗାଁ ଖଟକରାଲାନରୋ ହୋଇଥିଲା ଏହି ଶପଥ ଗ୍ରହଣ ଉତ୍ସବ ।
ଏହି ଉତ୍ସବରେ ରାଜ୍ୟର କୌଣସି ଭିଭିଆଇପି ସାମିଲ ହୋଇନଥିଲେ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା AAP ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ ଏହି ଉତ୍ସବରେ ସାମିଲ ହୋଇଥିଲେ । ସୂଚନା ଥାଉକି, ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବୃହତ ବିଜୟ ହାସଲ କରିଛି । ଦୀର୍ଘବର୍ଷ ଧରି ଏଠାରେ ରାଜୁତି କରୁଥିବା କଂଗ୍ରେସକୁ ମାଟି ଚଟାଇଛି ।
ଶପଥ ଗ୍ରହଣ ପୂର୍ବରୁ ମାନ କହିଥିଲେ ଯେ ଭଗତ ସିଂହ ଏବଂ ଭୀମରାଓ ଆମ୍ବେଦକରଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ଶପଥ ନେଉଛୁ । ବାସ୍ତବରେ ଭଗଓ୍ୱନ୍ତ ସିଂହ ମାନ ସହିଦ-ଏ-ଆଜମ ଭଗତ ସିଂଙ୍କର ଜଣେ ବଡ଼ ପ୍ରଶଂସକ । ସେଥିପାଇଁ ସେ ତାଙ୍କ ପରି ପୋଷାକ ପିନ୍ଧନ୍ତି । ସେ ଭଗତ ସିଂଙ୍କ ସ୍ଲୋଗାନ ‘ଇନକିଲାବ ଜିନ୍ଦାବାଦ’ର ସ୍ଲୋଗାନ ଦେଇ ରାଲି ଆରମ୍ଭ ଓ ଶେଷ କରିଥାନ୍ତି ।