ପିପିଲି ସାତଶଂଖ ନିକଟରେ ବୋମା ମାଡ଼

ନିମାପଡା, ୨୭।୦୩: ପୁରୀ ଜିଲ୍ଲା ପିପିଲି ସାତଶଂଖ ନିକଟରେ ବୋମା ମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ଆଗକୁ ବୋମା ମାଡ଼କଲେ ଦୁର୍ବୃତ୍ତ । ପିପିଲି ସାତଶଂଖ ନିକଟ ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ ସୁବଳପୁର ଗାଁ ମୁଣ୍ଡରେ ଥିବା ଗଙ୍ଗାଧର ବିଶ୍ୱାଳଙ୍କ ଘରକୁ ବୋମାମାଡ଼ ହୋଇଛି । ଘଟଣା ସ୍ଥଳରେ ସାତଶଂଖ ପୋଲିସର ତଦନ୍ତ ଜାରି । ଗଙ୍ଗାଧର ହେଉଛନ୍ତି ସେହି ବ୍ୟକ୍ତି ଯିଏ କିଛି ବର୍ଷ ପୂର୍ବରୁ ରାଜପଥ କଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଇଡ଼ ପିଆଇଥିଲେ ।

Spread the love