ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବ ଚୂଡ଼ାନ୍ତ

ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବକୁ ଚୂଡ଼ାନ୍ତ କଲା ଶ୍ରୀମନ୍ଦିର ପରିଚାଳନା କମିଟି । କେତେକ ସଂଶୋଧନ ସହ ଏହି ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର କହିଛନ୍ତି ।

ଆଜି ପରିଚାଳନା କମିଟି ବୈଠକ ପରେ ସେ କହିଛନ୍ତି ଯେ ସେବାୟତ, ମଠ ଓ ପୁରୀବାସୀଙ୍କ ପାଇଁ ଆଜି ପ୍ରକଳ୍ପ ଏହି ପର୍ଯ୍ୟାୟରେ ପହଞ୍ଚିଛି । ସମୁଦାୟ ପ୍ରକଳ୍ପକୁ ୪ଟି ଭାଗରେ ବିଭକ୍ତ କରାଯାଇଛି । ୧-ଐତିହ୍ୟ କରିଡର,୨-ଅଭ୍ୟର୍ଥନା କକ୍ଷ, ୩-ମୌଳିକ ସୁବିଧା, ୪- ଉତ୍କଳୀୟ ଶୈଳୀରେ ଭଙ୍ଗା ମଠର ପୁନର୍ବିକାଶ କରାଯିବ । ଆସନ୍ତା ଜୁନ ୧ରୁ ଐତିହ୍ୟ କରିଡର କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଗତ ବର୍ଷ ଅକ୍ଟୋବର ମାସରେ ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପକୁ ସବୁଜ ସଂକେତ ଦେଇଥିଲେ । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୮୦୦ କୋଟି ଟଙ୍କା ଅନୁମୋଦନ କରିଥିଲେ ।

Spread the love