ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି, ନୂଆ ବର୍ଷରେ ବନ୍ଦ ରହିବ କାଳିଆ ଦର୍ଶନ

ପୁରୀ, ୧୦/୧୨ : ନୂଆ ବର୍ଷରେ ଶ୍ରୀମନ୍ଦିର ବନ୍ଦ ରହିବା ସହିତ କାଳିଆ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଶୁକ୍ରବାର ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ କରାଯାଇଛି । ବନକ ଲାଗି ସମୟରେ ଯେଉଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିଲା ତାହା ଭକ୍ତଙ୍କ ପାଇଁ ଖୋଲାଯିବ। ସେମାନେ ପାର୍ଶ୍ୱ ଦେବାଦେବୀ ଦର୍ଶନ ଓ ମହାପ୍ରସାଦ ସେବନ କରିପାରିବେ।

ଡିସେମ୍ବର ୩୧ ଓ ୧ତାରିଖ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଦିବ୍ୟାଙ୍ଗମାନଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ଖୁବଶୀଘ୍ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Spread the love