ଶ୍ରୀମନ୍ଦିରରେ ଅଘଟଣ : ଗରମ ଡାଲି ପଡି ସୁଆର ଆହତ

ପୁରୀ ଶ୍ରୀମନ୍ଦିରରେ ଅଘଟଣ । ଭୋଗମଣ୍ଡପ ଗୃହରୁ ଆନନ୍ଦ ବଜାରକୁ ମହାପ୍ରସାଦ ନେଉଥିବା ବେଳେ ଜଣେ ସୁଆରଙ୍କ ଗୋଡ ଖସିଯାଇଥିଲା । ଫଳରେ ଗରମ ଡାଲି କୁଡୁଆ ଭାଙ୍ଗି ସୁଆରଙ୍କ ଦେହରେ ପଡିଯିବାରୁ ବାମ ହାତ ଓ ଗୋଡରେ ଫୋଟକା ହୋଇଯାଇଛି। ଆହତ ସେବାୟତ ହେଉଛନ୍ତି ହରଚଣ୍ଡି ସାହିର ନରସିଂହ ମହାପାତ୍ର । ତେବେ ନରସିଂହଙ୍କୁ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନରସିଂହଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ଡ଼ାକ୍ତର ତାଙ୍କ ଚିକିତ୍ସା ଜାରି ରଖିଛନ୍ତି ।

Spread the love