ଶ୍ରୀମନ୍ଦିରରେ ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଆଜି ଅପରାହ୍ଣରେ ବସିବ ଛତିଶା ନିଯୋଗ ବୈଠକ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ବସିବ ବୋଲି ଜଣାପଡ଼ିଛି । ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ । ତେବେ ବୈଠକରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ନେଇ ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି । କରୋନା କଟକଣା ଯୋଗୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ରୀତିନୀତି ଅନୁଯାୟୀ ମନ୍ଦିର ଭିତରେ ମହାପ୍ରଭୁଙ୍କ ନୀତିକାନ୍ତି କରୁଛନ୍ତି ସେବାୟତ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ଯୋଗୁ ଶ୍ରୀମନ୍ଦିରକୁ ବନ୍ଦ କରିଥିଲା ପ୍ରଶାସନ । ହେଲେ ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଆସିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଗତକାଲି ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କ ଶବ ସତ୍କାର କରିବା ନେଇ ପ୍ରଶାସନ ଅନୁମତି ଦେଇଛି ।

Spread the love