ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ

ପୁରୀ : ଆସନ୍ତାକାଲି ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଦୀର୍ଘ ୨ ବର୍ଷ ପରେ ଚନ୍ଦନଯାତ୍ରାରେ ଭକ୍ତ ସାମିଲ ହେବାକୁ ଯାଉଥିବା ବେଳେ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯିିବ ଏବଂ ଏଥିଲାଗି ୫ପ୍ଲାଟୁନ ଫୋର୍ସ, ଜଣେ ଅତିରିକ୍ତ ଏସପି, ୩ ସିଟି ଡିଏସପି ସହ ୬ ଆଇଆଇସି ମୁତୟନ ରହିବେ। ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଆରମ୍ଭ ହୋଇ ୪୨ ଦିନ ବ୍ୟାପୀ ଚାଲିବ। ଏହି ସମୟରେ ବହୁ ଭକ୍ତଙ୍କ ସମାଗମ ହେବ। ଏଣୁ ସୁରକ୍ଷା ଉପରେ ଅଧିକ ଧ୍ୟାନଦେବାକୁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।ସେପଟେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଆଗାମୀ ରଥଯାତ୍ରା ଉପଲକ୍ଷେ ରଥକାଠ ଅନୁକୂଳ ହେବ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Spread the love