ବିଶ୍ୱ ଦେଖିଲା ପୁରୀରେ ‘ବନ୍ଦେ ଉତ୍କଳ ଜନନୀ’ ବନ୍ଦନା ବେଳର ଅଲୌକିକ ଦୃଶ୍ୟ

ପୁରୀ:  ଏ ଦୃଶ୍ୟ ହୁଏତ ଆଉ କେବେ ଦେଖିବାକୁ ମିଳିବନି। ନୀଳ ଆକାଶର  ଅସଂଖ୍ୟ ବଉଦ ତଳେ ଶୃଙ୍ଖଳିତ ଭାବେ ସାମାଜିକ ଦୂରତ୍ୱ ରଖି ଛିଡା ହୋଇଥିଲେ ପୁରିବାସୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଏବଂ ପୁରୀ ପ୍ରଶାସନର  ଆୟୋଜନରେ  ମୁହଁରେ ମୁଖା ଓ ସାମାଜିକ ଦୂରତ୍ଵ ରକ୍ଷା କରି  ପୁରୀ ବାସୀ ‘ବନ୍ଦେ ଉତ୍କଳ ଜନନୀ’ବନ୍ଦନା ଗାନ କରିଛନ୍ତି। ଏହି ସମୟରେ  ଆକାଶର ବିଦାୟୀ ସୂର୍ଯ୍ୟଙ୍କ ସୁନେଲି କିରଣ ଓ  ସୁସଜ୍ଜିତ ପୁରୀ ବଡ଼ ଦାଣ୍ଡରେ ଏହି ଅଲୌକିକ ଦୃଶ୍ୟ ସାରା ବିଶ୍ୱବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

କରୋନା ମହାମାରୀ ସମୟରେ କରୋନା ଭୁତାଣୁ ସହ ନିଷ୍ଠାର ସହ ଲଢ଼ୁଥିବା ସମସ୍ତ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶନିବାର ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ‘ବନ୍ଦେ ଉତ୍କଳ ଜନନୀ’ ବନ୍ଦନା ଗାନ କରିବା ଲାଗି ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ରକ୍ଷାକରି ରାଜ୍ୟବାସୀ ବନ୍ଦେ ଉତ୍କଳ ଜନନୀ’ ବନ୍ଦନା ବନ୍ଦନା କରିଥିଲେ।

Spread the love