ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ, ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

ପୁରୀ ୦୧।୦୧: ସରିଲା ପୁରୁଣା ବର୍ଷ ୨୦୨୧ । ଆରମ୍ଭ ହେଲା ୨୦୨୨ । ପୂରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଏଥର ନୂଆବର୍ଷ ସେଲିବ୍ରେସନ ଫିକା ପଡିଛି ।

ତେବେ ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ । ନୂଆବର୍ଷର ନୂତନ ସୂର୍ଯ୍ୟୋଦୟ ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । କିନ୍ତୁ କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ନୂତନ ବର୍ଷରେ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ଆଶିଷ ଭିକ୍ଷା କରିବା ପାଇଁ ଭକ୍ତକୁ ସୁଯୋଗ ମିଳିନି । କିନ୍ତୁ ସିଂହଦ୍ବାର ସମ୍ମୁଖରେ ଥାଇ ପତିତପାବନ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ପୁରୀରେ ଭିଡ ଆଶଙ୍କାରେ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ ଖୁବ୍ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି ।

Spread the love