କେବେ ମିଳିବ ଶ୍ରୀଜୀଉଙ୍କ ଦର୍ଶନ ? ଶନିବାର ମିଳିପାରେ ଖୁସି ଖବର

ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ । ଆଜି  ଏଭଳି କିଛି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଶ୍ରୀମନ୍ଦିର ଖୋଲିବା ସହ ସାଧାରଣ ଭକ୍ତଙ୍କ ଲାଗି କିଭଳି ଦର୍ଶନ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ଆଲୋଚନା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ।

ସେହିଭଳି ଏହି ବୈଠକରେ ଶ୍ରୀମନ୍ଦିରରେ ପହିଲିଭୋଗ ନୀତି ସହ ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ଓ ୨୮ରେ ଦେବାଭିଷେକ ନେଇ ମଧ୍ୟ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯିବ ବୋଲି ଜଣାପଡ଼ିଛି ।

Spread the love