ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକ ଲାଗି ନୀତି । ଏନେଇ ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ  । ଦ୍ୱିପ୍ରହର ଧୂପ ସରିବା ପରେ ଅତ୍ୟନ୍ତ ଗୁପ୍ତ ଭାବେ ଶ୍ରୀମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପାଦନ କରାଯାଇଥାଏ । ଦତ୍ତମହାପାତ୍ର ସେବକ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିଥାନ୍ତି  । ପାରମ୍ପରିକ ରଙ୍ଗ ଯଥା ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୂର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କୁ ଶୃଙ୍ଗାର କରାଯାଇଥାଏ । ଏହି ଶୃଙ୍ଗାରକୁ ବନକ ଲାଗି କୁହାଯାଏ । ତେବେ ଅପରାହ୍ନ ଦ୍ୱିପ୍ରହର ଧୂପ ପରଠାରୁ ଆଜିର ଦର୍ଶନ ବ୍ୟବସ୍ଥାକୁ ପୁରାପୁରି ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Spread the love