ନୂଆବର୍ଷ ପାଇଁ ରାତି ୧ଟାରେ ଖୋଲାଯିବ ସିଂହଦ୍ୱାର

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ୨୦୨୦କୁ କିଏ କେମିତି ସ୍ୱାଗତ କରିବେ, ସେନେଇ ସମସ୍ତେ ତତ୍ପର। ନୂଆବର୍ଷର ପ୍ରଥମ ଦିନରେ ଠାକୁରଙ୍କୁ ଦର୍ଶନ କରି ବର୍ଷ ଯାକର ମଙ୍ଗଳ ମନାସିବାକୁ ରାତି ଅଧରୁ ଲାଗିବ ଶ୍ରୀମନ୍ଦିରରେ ଭିଡ଼। ସେଥିପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ଝଲସୁଛି ଶ୍ରୀମନ୍ଦିର, ସଜେଇ ହୋଇଛି ବଡ଼ଦାଣ୍ଡ। ନୂଆବର୍ଷ ପାଇଁ ରାତି ୧ଟାରେ ଖୋଲାଯିବ ସିଂହଦ୍ୱାର। ଏହାପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭୋର ୫ଟାରୁ ପହଡ଼ ଖୋଲାଯାଇ ସକାଳ ୬ରୁ ୭ଟା ଯାଏଁ ସାହାଣ ମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି।

ଏପଟେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବଡ଼ବଡ଼ ସହରରେ ଥିବା ହୋଟେଲ ଓ କ୍ଲବ୍‌ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ଆୟୋଜନ। ବିଭିନ୍ନ ପ୍ରକାର ଖାଦ୍ୟ, ପାନୀୟ ସହ ନାଚଗୀତର ତାଳେତାଳେ ୨୦୨୦କୁ ସ୍ୱାଗତ କରିବେ ଲୋକେ। ଜିରୋ ନାଇଟ୍‌ ଯେମିତି ରଙ୍ଗୀନ ହେବ ସେଥିପାଇଁ ହୋଟେଲ ଓ କ୍ଲବଗୁଡ଼ିକ ପୂରା ପ୍ରସ୍ତୁତ ହୋଇ ରହିଛି। ବଲିଉଡ, ଓଲିଉଡ କଳାକାରଙ୍କ ଷ୍ଟେଜ ସୋ’ର ବ୍ୟବସ୍ଥା ମଧ୍ୟ ହୋଇଛି। ସେଲିବ୍ରେଟିଙ୍କ ଡାନ୍ସରେ ଠୁମକା ଲଗାଇ ନୂଆବର୍ଷକୁ ସ୍ୱାଗତ ପାଇଁ ତୟାର ହୋଇଗଲେଣି ଲୋକେ।

ଜିରୋ ନାଇଟ୍‌ରେ ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ପୁଲିସ ପକ୍ଷରୁ କରାଯାଇଛି ବ୍ୟାପକ। ଟ୍ରାଫିକ୍ ନିୟନ୍ତ୍ରଣ ସହ ରାଜ୍ୟର ସମସ୍ତ ସ୍ଥାନରେ ପୁଲିସ ତୟାର ରହିବ। ଏହାଛଡ଼ା ୨୦୨୦ରେ ପୁଲିସ କେମିତି ଅଧିକ ପିପୁଲ ଫ୍ରେଣ୍ଡଲି ହୋଇପାରିବ ତା ଉପରେ ରହିବ ଫୋକସ୍ ବୋଲି କହିଛନ୍ତି ଡିଜିପି ଅଭୟକହିଛନ୍ତି।

Spread the love