ଜଗା ଦର୍ଶନ କରିବେ ପୁରୀବାସୀ : ଆଧାର କାର୍ଡ ବାଧ୍ୟତାମୂଳକ

ପୁରୀ ୬।୮: ଜଗନ୍ନାଥ ଦର୍ଶନ ନେଇ ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ।  ପ୍ରଥମ ୫ଦିନ ପୁରୀବାସୀଙ୍କ ପାଇଁ ଜଗା ଦର୍ଶନ ସୁବିଧା ମିଳିବ । ଦର୍ଶନ ପାଇଁ ପୁରୀବାସୀଙ୍କ ପାଇଁ ଦରକାର ପଡିବନି ଡବଲ ଡୋଜ୍ ଟିକା ସାର୍ଟିଫିକେଟ୍ କିମ୍ବା ଆରଟିପିସିଆର ଟେଷ୍ଟ ରିପୋର୍ଟ । କେବଳ ସାଙ୍ଗରେ ଆଧାର କାର୍ଡ ନେଇ କରପାରିବେ ଜଗା ଦର୍ଶନ ।  ଦର୍ଶନ ପାଇଁ ପୌର ପ୍ରଶାସନ ପକ୍ଷରୁ ୱାର୍ଡୱାରୀ ଚିରକୁଟ୍ ଯୋଗାଇ ଦିଆଯିବ । କିଓସ୍କ ମାଧ୍ୟମରେ ପରିଚୟ ପତ୍ରର ହେବ କଡାକଡି ଯାଞ୍ଚ ।

ସେହିପରି ରଥଯାତ୍ରାରେ ସମ୍ପୃକ୍ତ ଥିବା ସମସ୍ତ ସେବାୟତଙ୍କ ସହ ତିନି ପ୍ରଶାସନର କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ । ଆସନ୍ତା ୯ତାରିଖରୁ ହେବ କୋଭିଡ୍ ଟେଷ୍ଟ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Spread the love