ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ

କରୋନାର ଦ୍ଵିତୀୟ ଲହରରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ପଦକ୍ଷେପ ନେଇଛନ୍ତି। ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଦିନ ପର୍ଯ୍ୟନ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ପୂର୍ବରୁ କେବଳ ଶନିବାର ଓ ରବିବାର ଦିନ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା। ପରେ ମେ ୧୫ ଯାଏଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ କଟକଣା ଜାରି ରହିଥିଲା। ତେବେ ଏହି ସମୟରେ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତି ଜାରି ରହିବ।

ରବିବାର ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ହୋଇଥିବା ବୈଠକରେ କୋଭିଡ୍ ସ୍ଥିତିର ସମୀକ୍ଷା ପରେ ଜୁନ ୧୫ ଯାଏ ଶ୍ରୀମନ୍ଦିର ବନ୍ଦ ରଖାଯିବା ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୀମିତ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରର ନୀତିକାନ୍ତି ଜାରି ରହିବ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଖାସ୍‌ କରି କିଛି ସେବାୟତ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଛି। ସେହିପରି ପୁରୀରେ ମଧ୍ୟ ପ୍ରତିଦିନ କୋଭିଡ଼ ସଂକ୍ରମଣର ୩୦୦ ଉପରେ ରହୁଛି। କରୋନା ସ୍ଥିତିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବୈଠକ ବସିଥିଲା। ତେବେ କୋଭିଡ଼ ନିୟମ ଅନୁଯାୟୀ ରଥ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love