ବଡ଼ଦାଣ୍ଡରେ ଭଜନ ସୁଟିଂ ବେଳେ ତାଳେ ପୁରୀ ବିଧାୟକ

ପୁରୀ, ୨୦।୦୬: ପୁରୀ ବଡ଼ଦାଣ୍ଡରେ ଚାଲିଛି ମାଡି ଚାଲ ଭଜନ ସୁଟିଂ । ଭଜନର ତାଳେ ତାଳେ ନାଚୁଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ । କରୋନା ମହାମାରୀ କାରଣରୁ ଦୁଇବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ହୋଇଥିବା ବେଳେ ଚଳିତ ଥର ଭକ୍ତଙ୍କ ଗହଣରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ବଡ଼ଦାଣ୍ଡରେ ଏକ ଭଜନ ସୁଟିଂ ଚାଲିଥିବା ବେଳେ ଏଥିରେ ପୁରୀ ବିଧାୟକ ମଧ୍ୟ ଅଭିନୟ କରିଛନ୍ତି । ସେଥିପାଇଁ ବଡ଼ଦାଣ୍ଡରେ ଭଜନ ଓ କୀର୍ତ୍ତନର ତାଳେ ତାଳେ ବିଧାୟକ ନାଚୁଥିବା କହିଛନ୍ତି ।

Spread the love