ଦୂର ହେଲା ଦୀର୍ଘ ଦିନର ଅବସାନ, ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ

ପୁରୀ ୦୯/୦୪ : ଦୀର୍ଘ ବର୍ଷର ଅବସାନ ଘଟିଛି । ବହୁ ପ୍ରତିକ୍ଷିତ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆସନ୍ତା ୧୧ ତାରିଖ ଦିନ ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଆଜି ମେଡିକାଲ କଲେଜ ପରିସରରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ସେପଟେ ମେଡିକାଲ କଲେଜରେ ପ୍ରଥମ ବ୍ୟାଚ୍ ପାଇଁ ଏମବିବିଏସ ଛାତ୍ର ଛାତ୍ରୀଙ୍କର ଆଡମିସନ ଶେଷ ହୋଇଛି । ପୁରୀ ଭଳି ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀରେ ଏଭଳି ମେଡିକାଲ କଲେଜ ସ୍ଥାପନା କରାଯାଇଥିବାରୁ ଏହାକୁ ନେଇ ଛାତ୍ର ଛାତ୍ରୀ, ଅଭିଭାବକ ଓ କଲେଜ କର୍ତ୍ତୁପକ୍ଷ ବେଶ୍ ଉତ୍ସାହିତ ।

Spread the love