ଖୁସି ଖବର, ଆଜିଠୁ ପୁରୀରେ ଦୁଇଟି ରୁଟରେ ଚାଲିବ ’ମୋ ବସ୍’

ଆଜିଠୁ ଶ୍ରୀକ୍ଷେତ୍ରରେ ଗଡ଼ିବ ’ମୋ ବସ୍’ । ପୁରୀ ସହରବାସୀ ଏବଂ ପର୍ଯ୍ୟଟକଙ୍କୁ ସୁବିଧାରେ ଯାତାୟତ ସେବା ଯୋଗାଇବାକୁ ସହର ମଧ୍ୟରେ ମୋ ବସ୍ ସେବା ଆରମ୍ଭ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ସହର ମଧ୍ୟରେ ଦୁଇଟି ରୁଟରେ ମୋ ବସ୍ ଚଳାଚଳ କରିବ । ବଳିଆପଣ୍ଡା ରୋଡ୍ ଓ ଷ୍ଟେସନକୁ ସଂଯୋଗ କରିବ ମୋ ବସ୍ । ଆଗକୁ ରୁଟ୍ ସଂଖ୍ୟା ବଢାଯିବା ସହ ଅନ୍ୟ ସହରରୁ ବି ପୁରୀକୁ ସିଧାସଳଖ ’ମୋ ବସ’ ଚଳାଚଳ କରାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love