ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ସାଂସଦଙ୍କ ବଡ଼ ବୟାନ, କହିଲେ- କୌଣସି ଏଜେନ୍ସି ଏହାକୁ ରୋକିପାରିବ ନାହିଁ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ  ଶୁକ୍ରବାର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ଶନିବାର ମୁହଁ ଖୋଲିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର‌। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସ୍ୱାର୍ଥ ରାଜନୀତି ଚାଲିଥିବା ସେ କହିଛନ୍ତି। ଯାହାକୁ ପୁରୀବାସୀ ଠିକ ବୁଝି ସାରିଛନ୍ତି । ଆଗାମୀ ଦିନରେ ପୁରୀବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି।

ସେହିପରି ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି, ବ୍ୟକ୍ତି ବିଶେଷ ଏହି ପ୍ରକଳ୍ପ କାର୍ଯ୍ୟ ରୋକି ପାରିବେନି। ଏହି କାର୍ଯ୍ୟ ଆଇନ କି ବେଆଇନ ଭାବେ ହେଉଛି ତାହା କୋର୍ଟରେ  ମାମଲା ଥିବା ବେଳେ ଏ ନେଇ ସେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି କହିଛନ୍ତି। ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନେଇ କୌଣସି ରୋକ ନାହିଁ। ମହାପ୍ରଭୁଙ୍କ ଇଛା ଓ ପୁରୀବାସୀଙ୍କ ସହଯୋଗ ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ବୋଲି ବିରୋଧୀଙ୍କୁ ଜବାବ ଦେଇଛନ୍ତି ପିନାକୀ।

Spread the love