ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ

ପୁରୀ ୧୬।୧୧ : ଆଜି ପ୍ରଥମାଷ୍ଟମୀ। ଘରେ ଘରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠାର ମହକ। ବାପା-ମାଆଙ୍କ ପ୍ରଥମ ସନ୍ତାନ ନୂଆ ପିନ୍ଧି ପୋଢୁଆ ହେଉଛନ୍ତି । ଘରର ଜ୍ୟେଷ୍ଠଙ୍କୁ ବନ୍ଦାପନା କରାଯାଉଛି । ସେହିପରି ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ଆଜି ଖଣ୍ଟୁଆ ପାଟ ପିନ୍ଧି ପୋଢ଼ୁଆଁ ହେବେ ମହାପ୍ରଭୁ । ଭାର ଆସିବା ବେଳେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ ।

Spread the love