ତିନି ରଥ ପାଇଁ ବିଜେ ହେଲା ଆଜ୍ଞା ମାଳ

ପୁରୀ, ୨୨/୦୬: ତିନି ରଥ ପାଇଁ ବିଜେ ହେଲା  ଆଜ୍ଞା ମାଳ । ସିଂହଦ୍ୱାର ପାଖକୁ ରଥ ଅଣାଯିବା ପାଇଁ ଶ୍ରୀଜିଉଙ୍କୁ ଆଜ୍ଞା ମାଳ କରାଯାଇଛି । ତେବେ ପ୍ରଶାସନ ଆଜ୍ଞାମାଳ ବିଜେ ନୀତି ପରେ ରଥ ଟାଣିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତି ନେଇନଥିବାରୁ ଶ୍ରୀମନ୍ଦିରର ସେବାପୂଜା ତଥା ବିଧି ପରମ୍ପରା ଭଙ୍ଗ ହେବାର ସମ୍ଭାବନା ଥିବା ଆଶଙ୍କା କରାଯାଉଛି ।

ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣିଆ ସେବାୟତ ଏହି ଧାର୍ମିକ ସଙ୍କଟରୁ ବର୍ତ୍ତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବାବେଳେ ସ୍ୱତନ୍ତ୍ର ଅର୍ଡିନାନ୍ସ ପାସ କରି ରଥଯାତ୍ରା କରାଇବା ପାଇଁ ଅନୁରୋଧ କରିଛନ୍ତି ।

Spread the love