ବାତ୍ୟା ‘ଅମ୍ପାନ’ ପାଇଁ ଦୁଇଦିନ ବନ୍ଦ ରହିବ ରଥ ନିର୍ମାଣ, ଶ୍ରୀମନ୍ଦିର ପ୍ରଶାସନ ପୂରା ପ୍ରସ୍ତୁତ

ମାଡି ଆସୁଛି ସାମୁଦ୍ରିକ ଝଡ ବାତ୍ୟା ‘ଅମ୍ପାନ’ । ଏହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ପ୍ରସିଦ୍ଧ ରଥ ନିର୍ମାଣ କାର୍ଯ୍ୟ ୨ ଦିନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

ସେହିଭଳି ରଥ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଥିବାରୁୁ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବ ବୋଲି ଜଣାପଡିଛି । ସେହିପରି ରଥଖଳାରେ କାମ କରୁଥିବା ସମସ୍ତ ୧୬୨ ଜଣ ସେବକଙ୍କର ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସେମାନଙ୍କ ପାଇଁ ରଥ ନିର୍ମାଣ ସ୍ଥାନରେ ସାନିଟାଇଜର ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିବା ଏହି ସାନିଟାଇଜରକୁ ଗୋଡ ସାହାଯ୍ୟରେ ହାତରେ ପକାଯାଉଛି । ଫଳରେ କରୋନା ସଂକ୍ରମଣର ଭୟକୁ ଦୂର କରାଯାଇ ପାରିଛି ।

 

ସୂଚନା ଅନୁଯାୟୀ, ଚଳିତବର୍ଷ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ରଥ ନିର୍ମାଣ କାର୍ଯ୍ୟ ଆଗେଇଚାଲିଛି । ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କ ସ୍ୱାପ ନମୁନା ଟେଷ୍ଟ କରାଯାଇଥିଲା । ଏହା ନେଗେଟିଭ ଆସିଥିବା ସ୍ପଷ୍ଟ କରାଯାଇଥିଲା ।

Spread the love