ନିର୍ମାଣଧୀନ ରଥ ପାଇଁ ପ୍ରସ୍ତୁତ ରହିଛି ଶ୍ରୀମନ୍ଦିର ପ୍ରଶାସନ

ସାମୁଦ୍ରିକ ବାତ୍ୟା ଅମ୍ଫାନର କ୍ଷତିରୁ ବର୍ତ୍ତିବାକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାର୍ଯ୍ୟକୁ ୨ଦିନ ପାଇଁ ସ୍ଥଗିତ ରଖାଯାଇଛି । ଅପରପକ୍ଷରେ ରଥପାଇଁ ପ୍ରସ୍ତୁତ ହୋଇସାରିଥିବା ସମସ୍ତ ଜିନିଷକୁ ସୁରକ୍ଷିତ ଭାବେ ରଖାଯାଇଛି । ଯେପରିକି ବାତ୍ୟାର ପ୍ରଭାବରୁ ହେବାକୁଥିବା ପବନ ଓ ବର୍ଷା ଦ୍ୱାରା ଏହାର କୌଣସି କ୍ଷତି ନହୁଏ ।

ସେହିପରି ରଥଖଳାରେ କାମ କରୁଥିବା ସମସ୍ତ ୧୬୨ ଜଣ ସେବକଙ୍କର ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସେମାନଙ୍କ ପାଇଁ ରଥ ନିର୍ମାଣ ସ୍ଥାନରେ ସାନିଟାଇଜର ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିବା ଏହି ସାନିଟାଇଜରକୁ ଗୋଡ ସାହାଯ୍ୟରେ ହାତରେ ପକାଯାଉଛି। ଫଳରେ କରୋନା ସଂକ୍ରମଣର ଭୟକୁ ଦୂର କରାଯାଇ ପାରିଛି।

ସୂଚନା ଅନୁଯାୟୀ, ଚଳିତବର୍ଷ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ରଥ ନିର୍ମାଣ କାର୍ଯ୍ୟ ଆଗେଇଚାଲିଛି । ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କ ସ୍ଵ।ବ ନମୁନା ଟେଷ୍ଟ କରାଯାଇଥିଲା । ଏହା ନେଗେଟିଭ ଆସିଥିବା ସ୍ପଷ୍ଟ କରାଯାଇଥିଲା ।

Spread the love