ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ

ପୁରୀ,୨୪/୦୫: ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ପହଣ୍ଡ ପାଇଁ ଏଥର ୧୫୦ ଜଣ ସେବାୟତ ରହିବେ । ଦଇତାପତି ବିନାୟକ ଦାସମହାପାତ୍ର ଏହି ସୂଚନା ଦେଇଛନ୍ତି। ଦଇତାପତି ଏକ ଗୋଷ୍ଠୀଗତ ସେବା । ଏଥିରେ ସର୍ବନିମ୍ନର ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ମହାପ୍ରଭୁଙ୍କ ପହଣ୍ଡିରେ ଆମର ସମସ୍ତ ସେବାୟତ ଉପସ୍ଥିତ ରହିବେ ।

ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସହ ୧୫୦ ଜଣ ସେବାୟତ ରହିବେ । ମହାପ୍ରଭୁ ଜଗନ୍ନାଥଙ୍କ ସହ ୫୦ ଜଣ ସେବାୟତ, ବଳଭଦ୍ରଙ୍କ ସହ ୫୦ ଜଣ ସେବାୟତ, ସୁଭଦ୍ରାଙ୍କ ସହ ୩୦ ଜଣ ସେବାୟତ ଓ ସୁଦର୍ଶନଙ୍କ ସହ ୨୦ ଜଣ ସେବାୟତ ଉପସ୍ଥିତ ରହିବେ। ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଆମେ ନିଶ୍ଚିତ ରୂପେ ପାଳନ କରିବୁ ।

ସୂଚନାଯୋଗ୍ୟ, ସ୍ନାନଯାତ୍ରାରେ ୧୦ରୁ ଅଧିକ ନିଯୋଗ ରହୁଛନ୍ତି। ଏମାନେ ସ୍ନାନଯାତ୍ରା ନୀତିକାନ୍ତ କରିଥାନ୍ତି। ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ସ୍ନାନ ବେଦୀକୁ ପହଣ୍ଡି କରି ନେଇଥାନ୍ତି। ଏଥର କରୋନା ଭାଇରସ ପାଇଁ କମ ସେବାୟତରେ ନୀତିକାନ୍ତି ସମ୍ପନ୍ନ କରାଯିବାର ଆଶଙ୍କା ରହିଛି । ସ୍ନାନଯାତ୍ରାରେ କେତେ ଜଣ ଦଇତାପତି ସେବକ ରହିବେ ତାହା ଆଜି ସନ୍ଧାରେ ଅନୁଷ୍ଠିତ ହେବାକୁ ଥିବା ଦଇତାପତି ନିଯୋଗ ବୈଠକରେ ନିଷ୍ପତ୍ତି ହେବ । ପରେ ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ହେବ ।

Spread the love