ଆସନ୍ତାକାଲି ବିଶ୍ୱ ଦେଖିବ କାଳିଆର ରଥଯାତ୍ରା; ଭକ୍ତଙ୍କ କଥା ରଖିଲେ ଭଗବାନ

ପୁରୀ, ୨୨/୦୬: ସମସ୍ତ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ରାତି ପାହିଲେ ହେବ ଅନୁଷ୍ଠିତ ହେବ ରଥଯାତ୍ରା । ସର୍ତ୍ତ  ରଖି ରଥଯାତ୍ରା କରିବାକୁ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । କେବଳ ପୁରୀରେ ରଥଯାତ୍ରା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟି, ରାଜ୍ୟ, କେନ୍ଦ୍ର ସମନ୍ବୟରେ ରଥଯାତ୍ରା ପାଇଁ ମିଳିଛି ଅନୁମତି । ରଥଯାତ୍ରାରେ କୋଭିଡ ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ କଡା କଟକଣା ମଧ୍ୟରେ କରିବାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ବିନା ଭକ୍ତରେ ଚଳିତ ଥର ହେବାକୁ ଯାଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା । ପ୍ରଥମଥର ପାଇଁ ସୁପ୍ରିମକୋର୍ଟରେ ଐତିହାସିକ ରଥଯାତ୍ରା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରାଯାଇ ନିଷ୍ପତ୍ତି ନିଆଯାଇଛି।
ନାଗପୁର ସ୍ଥିତ ଘରୁ ଭିଡ଼ିଓ କନଫରେନସିଂ ଜରିଆରେ ଶୁଣାଣି କରିଥିଲେ ମୁଖ୍ୟ ବିଚାରପତି ଏସ୍ . ଏ ବୋବଡ଼େ । ତିନିଜଣିଆ ଖଣ୍ଡପୀଠ ସିଜେଆଇ ଏସ୍ .ଏ ବୋବଡ଼େ , ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ଏ ଏସ ବୋପନ୍ନା। ଏହି ତିନି ଜଣିଆ ଖଣ୍ଡପୀଠ ଗତ ୧୮ ତାରିଖରେ ମଧ୍ୟ ଶୁଣାଣି କରିଥିଲେ।

ସୂଚନାଯୋଗ୍ୟ, ରଥଯାତ୍ରା ପାଇଁ ଜଗନ୍ନାଥ ଧାମ ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ରଥଟାଣିବା ପାଇଁ ରଥଖଳାରେ ୭ଜଣ ଡାହୁକ ଆସି ପହଞ୍ଚି ଯାଇଛନ୍ତି। ସିଂହଦ୍ୱାର ସମ୍ମୁଖକୁ ତିନି ରଥକୁ ଆଣିବା ପାଇଁ ଏହି ଡାହୁକମାନଙ୍କୁ ଡକାଯାଇଛି।

ଅନ୍ୟପଟେ ବଡ଼ଦାଣ୍ଡରୁ ଉଠାଦେକାନୀଙ୍କୁ ହଟାଯିବା ପ୍ରକ୍ରିୟା  ମଧ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି। ଦିନ ୪ଟା ସୁଦ୍ଧା ବଡଦାଣ୍ଡରୁ ସମସ୍ତ ଉଠାଦୋକାନୀଙ୍କୁ ଉଠାଇ ଦିଆଯିବ। ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ସବୁ ଉଠାଦୋକାନୀଙ୍କୁ ଉଠି ଯିବାକୁ ପୁରୀ ମ୍ୟୁନିସିପାଲିଟି କତ୍ତୃର୍ପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ଓ ଡିଜିପି ମଧ୍ୟ ପୁରୀ ଯାଇଛନ୍ତି। ଶୁଣାଣି ସରିବା ପରେ କୋଟିକୋଟି ଓଡ଼ିଆଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି।

Spread the love