ଶ୍ରୀକ୍ଷେତ୍ର: ଭଉଁରୀରେ ଚକା ଡେରା ନୀତି

ଭଉଁରୀ ରେ ଚକା ଡେରା ନୀତି : ଆଜି ପବିତ୍ର ଭଉଁରୀ , ସକାଳ ଧୂପ ବଢ଼ିଲା ପରେ ୩ଜଣ ପୂଜାପଣ୍ଡା ଶ୍ରୀଅଙ୍ଗ ରୁ ଆଜ୍ଞା ମାଳ ନେଇ ରଥଖଳା କୁ ବିଜେ କରନ୍ତି । ସେଠାରେ ରଥ ମହାରଣାଙ୍କ ଦ୍ଵାରା ୨ଟି ଲେଖାଏଁ ଚକ ଅଖ ଦ୍ୱାରା ସଂଯୋଗ କରାଯାଇଥାଏ। ପୂଜାପଣ୍ଡା ୩ଟି ରଥ ଚକ ରେ ଆଜ୍ଞା ମାଳ ପ୍ରଦାନ କରିଥାନ୍ତି। ଏହି ୩ ଗୋଟି ମାଳ ରଥ ଚକ ରେ ଲାଗି ହେବା ପରେ ଏହାକୁ ଭୋଇ ସେବକ ମାନେ ତାଙ୍କ ଇଷ୍ଟ ରଥ ଖଳାରେ ଥିବା ମା ଚର୍ଚ୍ଚିକା ଙ୍କୁ ଅର୍ପଣ କରିଥାନ୍ତି।

ଭଉଁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ । ପରମ୍ପରା ଆଧାରରେ ରଥଖଳାରେ ବିଜେ କରିବ ମହାପ୍ରଭୁଙ୍କ ଆଜ୍ଞାମାଳ । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ପରେ ମହାପ୍ରଭୁଙ୍କ ନିକଟରୁ ୩ଟି ଆଜ୍ଞାମାଳ ଆଣି ତିନି ରଥର ଚକ ଅଖ ନିକଟରେ ଲାଗି କରିବା ସହ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ଶାଢୀ ବନ୍ଧା ଯିବ । ପରେ ତିନି ରଥର ତିନୋଟି ଅଖରେ ମୋଟ୍ ୬ଟି ଚକ ସଂଯୋଗ କରାଜିବ । ଏଥିପାଇଁ ଆବଶ୍ୟକ ଚକ ସବୁ ନିର୍ମାଣ ସରିଛି । ଶିଳ୍ପଶାସ୍ତ୍ର ଓ ରଥ ସଂହିତା ଅନୁସାରେ ତିନି ରଥରେ ଚକ ଅଖ ଡେରା ଏକ ପ୍ରମୁଖ କାମ । ବିଶ୍ୱକର୍ମା ମହାରଣା, ଭୋଇ ସେବାୟତଙ୍କ ସହଯୋଗରେ ଏହି ନୀତି ସମନ୍ନ ହୋଇଥାଏ ।

ଭଭଁରୀ ଓ ରଥ ଚକ ଅଖ ଡେରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଥାଏ। ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥରେ ମୋଟ୍ ୪୨ ଟି ଚକ ଲାଗିବ । ଏହା ମଧ୍ୟରେ ବର୍ତମାନ ସୁଦ୍ଧା ୬ଟି ଚକ ନିର୍ମାଣ ଶେଷ ହୋଇସାରିଛି ଆଉ ୩୬ ଟି ଚକ ତିଆରି ହେବ । ରଥରେ ଚକ ଅଖ ଯୋଡାଯିବା ପରେ ତିନି ରଥର ୪୨ଟି ତୁମ୍ଭରେ ଅର ଯୋଡା ଯିବ । ଆଗକୁ ସ୍ନାନ ପୂର୍ଣ୍ଣମାରେ ତିନି ରଥର ଚାରି ନାହାକା ଟେକା ଯିବାର ପରମ୍ପରା ରହିଛି ।

ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିନ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ । ଭଉଁରୀ ଦିନ କେବଳ ଦିନଚାପ କରାଯାଏ, ରାତ୍ରିଚାପ କରାଯାଏ ନାହିଁ, ଦିନଚାପରେ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲାଯାଇଥାଏ । ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥାନ୍ତି ।

Spread the love