ଶ୍ରୀମନ୍ଦିର ବାହାର କାଠ ନିକଟରେ ଅଘଟଣ: ଅଣନିଃଶ୍ୱାସୀ ହୋଇ ଦୁଇ ମହିଳା ଗୁରୁତର

ପୁରୀ: ଶ୍ରୀମନ୍ଦିର ବ୍ୟାରିକେଡରେ ଠେଲାପେଲାର ଖବର ମିଳିଛି। ଶ୍ରୀମନ୍ଦିର ବାହାର କାଠ ନିକଟରେ ଅଣନିଃଶ୍ୱାସୀ ହୋଇ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁଇ ଗୁରୁତର ମହିଳାଙ୍କ ପରିଚୟ ମିଳିଛି। ସେମାନେ ହେଲେ ହାତଗଡ଼ିଆ ସାହିର ସୁଲୋଚନା ସାହୁ ଓ କଟକ ପିଠାପୁରର ଦିବ୍ୟା ସାହୁ(୧୬)।

Spread the love