ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ କରାଗଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ପୁରୀକୁ ବିଶ୍ୱ ଐତିହ ମାନ୍ୟତା ଦେବାକୁ ରାଜ୍ୟ ସରକାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ଉଚ୍ଛେଦ ପ୍ରକ୍ରିୟା ସମୟରେ ରାଜ୍ୟ ସରକାର ସେମାନଙ୍କ ଖୁବଶୀଘ୍ର ଥଇଥାନ ପାଇଁ ପ୍ରତିଶୃତି ଦେଇଥିଲେ । ମାତ୍ର ମହାମାରୀ କରୋନା ସଂକ୍ରମଣ କୁ ନିୟନ୍ତ୍ରଣ ରେ ରଖି କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ଲକ ଡାଉନ ନିୟମ ଆଧାରରେ ଏହି ଉନ୍ନତି ମୂଳକ କାର୍ଯ୍ୟକୁ ଦୀର୍ଘ ୨ମାସ ଧରି ବନ୍ଦ କରାଯାଇଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ  ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କରୋନା ସଂକ୍ରମଣ କାରଣରୁ ଦୁଇମାସରୁ ଊର୍ଦ୍ଧ୍ୱ ଧରି ବନ୍ଦ ରହିଥିଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ତେବେ ଶୁକ୍ରବାର ଏହାକୁ ପୁଣିଥରେ ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ । ମେଘନାଦ ପାଚେରୀଠାରୁ ୭୫ମିଟର ଯାଏଁ ହେବ ଏହି ଉଚ୍ଛେଦ  ଆଜି ଉତ୍ତରପାର୍ଶ୍ୱ ମଠ ସହ ଏହାର ଦୋକାନ ଘରଗୁଡ଼ିକୁ। ପ୍ରଶାସନ ଉଚ୍ଛେଦ କରିଛି । ଏହି ଉଚ୍ଛେଦ କାର୍ଯ୍ୟକୁ ନିଜେ ତଦାରଖ କରିଥିଲେ ଉପ-ଜିଲ୍ଲାପାଳ ।

ଏଠାରେ ସୂଚନାଯୋଗ୍ୟ ଯେ, ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ତେବେ ଏଥିରେ କୋହଳ କରାଯାଇଥିବାରୁ ଦୁଇମାସରୁ ଉର୍ଦ୍ଧ ସମୟ ପରେ ପୁଣିଥରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀମାନେ କାର୍ଯ୍ୟ ସମୟରେ କରୋନା କଟକଣା ପାଳନ କରୁଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

Spread the love