ସ୍କୁଲ୍ ଛାଡିବାର ୨୪ ବର୍ଷ ପରେ ବିଧାୟକ ପାସ୍ କଲେ ମାଟ୍ରିକ୍, ବିଜେଡି ବିଧାୟକଙ୍କ ଏହି ସଫଳତା ଦେଇଛି ଏକ ବଡ ବାର୍ତ୍ତା

ସୋରଡା ୨୫/୦୮ : ଗଞ୍ଜାମ ଜିଲ୍ଲାର ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସେହି ୫,୨୨୩ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଯିଏକି ଦଶମ ଶ୍ରେଣୀ ପରୀକ୍ଷାରେ ବି-୨ ଗ୍ରେଡ୍ ରଖି ସଫଳତା ହାସଲ କରିଛନ୍ତି । ସେ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଦେଇଥିଲେ । ବିଧାୟକ ସ୍ୱାଇଁ ଦଶମ ଶ୍ରେଣୀ ପରୀକ୍ଷାରେ ୬୮% ମାର୍କ ହାସଲ କରିଛନ୍ତି। ୫୦୦ ମାର୍କର ପରୀକ୍ଷାରେ ସେ ୩୪୦ ମାର୍କ ପାଇଛନ୍ତି । ପେଣ୍ଟିଂ ରେ ସେ ସର୍ବାଧିକ ମାର୍କ ୮୫ ପାଇଛନ୍ତି । ଏହା ବ୍ୟତୀତ ସେ ବିଜ୍ଞାନରେ ୮୩ ମାର୍କ, ଓଡିଆରେ ୬୭, ସାମାଜିକ ବିଜ୍ଞାନରେ ୬୧ ଏବଂ ଇଂରାଜୀରେ ୪୪ ମାର୍କ ପାଇଛନ୍ତି।

ଏହି ପରୀକ୍ଷାରେ ୫,୨୨୩ ଛାତ୍ର ସଫଳତା ପାଇଥିବାବେଳେ ୧୪୧ ଜଣ ବିଫଳ ହୋଇଛନ୍ତି ।  ପ୍ରାୟ ୮୦.୮୩ ପ୍ରତିଶତ ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସଫଳ ବିଦ୍ୟାର୍ଥୀଙ୍କ ମଧ୍ୟରେ ୩,୧୦୦ ଛାତ୍ର ଥିବାବେଳେ ୨,୧୩୩ ଜଣ ଛାତ୍ରୀ ଅଛନ୍ତି ।

ତିନିଥର ହୋଇଥିବା ବିଧାୟକ, ୧୯୯୭ ରେ ସ୍କୁଲ ଛାଡିଦେଇଥିଲେ। ଏବେ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇ ବିଧାୟକ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ପାଠପଢା ଆଗରେ ବୟସର କୌଣସି ତାରତାମ୍ୟ ନଥାଏ । ଦୃଢ ମନବୋଳ ଆଗରେ ସବୁକିଛି ହାର ମାନିଥାଏ।

Spread the love