ଆଜି ଭାରତ ଆସିବେ ପୁଟିନ

ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିବେ. ସେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଏହା ସହ ଭାରତୀୟ ସମକକ୍ଷଙ୍କ ସହ ଶିଖର ସମ୍ମିଳନୀରେ ସାମିଲ ହେବେ । ଏଥିରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ସ୍ଥାନ ପାଇବ ।

ଏତତ୍ ବ୍ୟତୀତ ମୋଦୀ ଓ ପୁଟିନ ଆଫଗାନିସ୍ତାନର ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିବେ । ବିଭିନ୍ନ ଆତଙ୍କବାଦୀ ସଂଗଠନଗୁଡିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦିଗରେ ଉଭୟ ନେତା କଥା ହେବେ ବୋଲି ସୂଚନା ମିଳିଛି।

ଋଷ ରାଷ୍ଟ୍ରପତି ଦିଲ୍ଲୀରେ ପହଞ୍ଚିଥିବା ପୂର୍ବରୁ ରବିବାର ସନ୍ଧ୍ୟାରେ ହିଁ ଋଷର ବିଦେଶ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଭାରତରେ ପହଞ୍ଚି ସାରିଛନ୍ତି । ତେବେ ଉଭୟ ଦେଶ ମଧ୍ୟରେ ପ୍ରତି ବର୍ଷ ଶିଖର ସମ୍ମିଳନୀ ହୋଇଥାଏ । କିନ୍ତୁ କରୋନା ମହାମାରୀ କାରଣରୁ ୨୦୨୦ରେ ଏହା ସମ୍ଭବପର ହୋଇପାରିନଥିଲା । ଚୀନ ସହିତ ସୀମା ବିବାଦ ସାଙ୍ଗକୁ ଆଫଗାନିସ୍ତାନରେ ତାଲିବାନ ସରକାର ଏବଂ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ମୋଦୀ ଏବଂ ପୁଟିନ ।

ଭାରତ ଏବଂ ଚୀନ ମଧ୍ୟରେ ହେବାକୁ ଥିବା ଶିଖର ସମ୍ମୀଳନୀରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି ସୀମା ବିବାଦ ଏବଂ ଆତଙ୍କବାଦ । ସୀମା ପାର୍‌ ଆତଙ୍କବାଦ ଏବଂ ଆଫାଗାନିସ୍ତାନ ସଙ୍କଟ କାରଣରୁ ସୁରକ୍ଷା ବ୍ୟବସ୍ଥା ଉପରେ ବଢୁଥିବା ସଙ୍କଟ ବାବଦରେ ଆଲୋଚନା ହେବ । ଭାରତ ଏବଂ ଋଷ ମଧ୍ୟରେ ହେବାକୁ ଥିବା ଟୁ ପ୍ଳସ୍‌ ଟୁ ଶିଖର ସମ୍ମିଳନୀକୁ ବେଶ ଗୁରୁତ୍ୱ ବହନ କରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

Spread the love