ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେଲା ‘ପୁଷ୍ପା’ର ହିନ୍ଦୀ ଭର୍ସନ

ନୂଆଦିଲ୍ଲୀ ୧୪।୦୧ : ଅଲ୍ଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା – ଦି ରାଇଜ୍’ର ହିନ୍ଦୀ ଭର୍ସନ ବିଳମ୍ବିତ ରାତିରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରାଯାଇଛି । ଅନ୍ୟ କୌଣସି ଫିଲ୍ମ ପାଇଁ ଏପରି କ୍ରେଜ୍ ନାହିଁ ଯେମିତି ପୁଷ୍ପା ପାଇଁ ଅଛି । ଏହି ପିଲ୍ମଟି ଜାନୁଆରୀ ୭ରେ ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ସେହି ଦିନଠାରୁ ଦର୍ଶକମାନେ ହିନ୍ଦୀ ଡବ୍‌କୁ ଅପେକ୍ଷା କରି ରହିଥିଲେ । ନିର୍ମାତାମାନେ ପୂର୍ବରୁ କହିଥଲେ ଯେ ‘ପୁଷ୍ପା’ର ହିନ୍ଦୀ ଭର୍ସନକୁ ଜାନୁଆରୀ ୧୪ରେ ମୁକ୍ତିଲାଭ କରିବ।

ଏଥିପାଇଁ ଏହି ଫିଲ୍ମଟି ରାତି ୧୨ଟାରେ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରାଯାଇଛି।  ଫିଲ୍ମର କ୍ୟାପସନ୍ ଦିଆଯାଇଥିଲା- ଯେ ‘ଏହା ଫିଲ୍ମ ନୁହେଁ .. ଫାୟାର’ । ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଆମାଜନ ପ୍ରାଇମ ଭିଡିଓ ଏକ ପୋଷ୍ଟ ସେୟାର କରି ଫିଲ୍ମଟି ଆସିଥିବାର ସୂଚନା ଦିଆଯାଇଛି । ଏହାକୁ ଦେଖି ଫ୍ୟାନ୍ସମାନେ ଖୁବ୍‌ ଉତ୍ସାହିତ ହୋଇ ପଡିଛନ୍ତି । ସେୟାର ହୋଇଥିବା ପୋଷ୍ଟରେ କମେଣ୍ଟ ଦେଖିବାକୁ ମିଳିଛି ।

Spread the love