ଟୋକିଓ ଅଲିମ୍ପିକ୍ସ: ପ୍ରଥମ ମ୍ୟାଚ୍‌ରେ ପୋଲିକାର୍ପୋଭ୍‌ଙ୍କୁ ୨୧-୭, ୨୧-୧୦ରେ ପରାସ୍ତ କଲେ ପି ଭି ସିନ୍ଧୁ

ନୂଆଦିଲ୍ଲୀ: ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍‌ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ରିଓ ଅଲିମ୍ପିକ୍ସ୍‌ ରୌପ୍ୟ ପଦକ ବିଜୟିନୀ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ତାରକା ପି ଭି ସିନ୍ଧୁ ପ୍ରଥମ ମ୍ୟାଚ୍‌ରେ ଇଜ୍ରାଏଲ୍‌ର ଜିନିଆ ପୋଲିକାର୍ପୋଭାଙ୍କୁ ୨୧-୭, ୨୧-୧୦ରେ ପରାସ୍ତ କରିଛନ୍ତି।

୧୦ ମିଟର୍‌ ମହିଳା ଏୟାର୍‌ ପିସ୍ତଲ୍ ଫାଇନାଲ୍‌କୁ ଯିବାରେ ସୁଟର୍‌ ମନୁ ଭାକର ଏବଂ ଯଶ୍ବସ୍ବିନୀ ସିଂହ ଯୋଗ୍ୟତା ହାସଲ କରି ନ ପାରିବାରୁ ଭାରତ ପାଇଁ ଆଜିର ପ୍ରାରମ୍ଭ ନୈରାଶ୍ୟଜନକ ହୋଇପଡ଼ିଥିଲା। ପିସ୍ତଲ୍‌ରେ ତ୍ରୁଟି ଦେଖା ଦେବାରୁ ଭାକରଙ୍କୁ ୫ ମିନିଟ୍‌ରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ତିମ ଦୁଇ ରାଉଣ୍ଡ୍‌ରେ ସେ ପାରଦର୍ଶିତା ପ୍ରଦର୍ଶନ କରିଥିଲେ ବି ଶେଷ ସଟ୍‌ରେ ୮ରେ ଅଟକି ଯିବାରୁ ଫାଇନାଲ୍‌ରେ ପ୍ରବେଶ କରିବାରୁ ବଞ୍ଚିତା ହୋଇଥିଲେ।

ସେହିଭଳି, ଲାଇଟ୍‌ୱେଟ୍‌ ମେନ୍ସ୍‌ ଡବଲ୍‌ ସ୍କଲ୍‌ସ୍‌ ରୋୱିଙ୍ଗ୍‌ ରିପିଚେଜ୍‌ରେ ଭାରତୀୟ ଯୋଡ଼ି ଅରବିନ୍ଦ ସିଂହ ଏବଂ ଅର୍ଜୁନ ଜାଟ୍‌ ୩ ସ୍ଥାନରେ ରହି ସେମି ଫାଇନାଲ୍‌କୁ (ଏ/ବି) ଉତ୍ତୀର୍ଣ୍ଣ ହୋଇଛନ୍ତି।

Spread the love