ବ୍ଲାକମେଲ ଘଟଣାରେ ଅର୍ଚ୍ଚନା ନାଗଙ୍କୁ ଝାରପଡ଼ା ଜେଲ୍‌ରେ ଜେରା କରିପାରେ: ସହଯୋଗୀ ଖଗେଶ୍ୱର ଦେଇପାରୁନି ହିସାବ

ଭୁବନେଶ୍ୱର: ବ୍ଲାକମେଲ ଘଟଣାରେ ଅର୍ଚ୍ଚନା ନାଗଙ୍କୁ ଝାରପଡ଼ା ଜେଲ୍‌ରେ ଜେରା କରିପାରେ ଇଡି। କାରଣ ୧୦ ଦିନ ପାଇଁ ରିମାଣ୍ଡରେ ଥିବା ସହୋଯୋଗୀ ଥଗେଶ୍ୱରକୁ ପଚରାଉଚାର ଜାରି ରହିଛି। ହେଲେ ଖଗେଶ୍ୱର ଟଙ୍କା ନେଣଦେଣ ନେଇ ହିସାବ ଦେଇପାରୁ ନାହିଁ। ତେବେ ଆର୍ଥିକ କାରବାର, ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନର କିଛି ତଥ୍ୟ ମିଳିଛି। ଏନେଇ ଅର୍ଚ୍ଚନାଙ୍କୁ ଜେରା କରିପାରେ ବୋଲି ସୂଚନା ମିଳିଛି। ସେପଟେ ଖଣ୍ଡଗିରି ଥାନାରେ ଅର୍ଚ୍ଚନା , ଜଗବନ୍ଧୁ , ଖଗେଶ୍ୱର ବିରୋଧରେ ଅଭିଯୋଗକାରୀଙ୍କୁ ମଧ୍ୟ ଇଡି ପଚରାଉଚରା କରିବ। ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ମଧ୍ୟରେ କେଉଁ ଉପାୟରେ ଟଙ୍କା ଆୟ କରୁଥିଲେ ଓ କିଏ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ ତାହାର ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବ ଇଡି। ଏଥିପାଇଁ ଆଜି ତୃତୀୟ ଦିନ ରିମାଣ୍ଡରେ ନେଇ ଅଭିଯୋଗକାରିଣୀଙ୍କୁ ଜେରା ଚଳାଇଛନ୍ତି ଇଡି ଅଧିକାରୀ।

Spread the love